ବାରବାଟୀ ଟି-୨୦: ପରିଦର୍ଶନ କଲେ ବିସିସିଆଇ ଓ କ୍ରିକେଟ ଶ୍ରୀଲଙ୍କାର ମୁଖ୍ୟ

ବାରବାଟୀ ଟି-୨୦: ପରିଦର୍ଶନ କଲେ ବିସିସିଆଇ ଓ କ୍ରିକେଟ ଶ୍ରୀଲଙ୍କାର ମୁଖ୍ୟ

କଟକ: ଐତିହାସିକ ବାରବାଟି ଷ୍ଟାଡିୟମରେ ଆଗାମୀ ଡିସେମ୍ବର ୨୦ରେ ହେବାକୁ ୨ୟ ଟି-୨୦ ମ୍ୟାଚ ନେଇ ଶନିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ କ୍ରିକେଟ ଶ୍ରୀଲଙ୍କାର ମୁଖ୍ୟ ସମୀକ୍ଷା ପାଇଁ ପରିଦର୍ଶନରେ କଟକ ପହଞ୍ଚିଛନ୍ତି। ବିସିସିଆଇର ସହାୟକ ପରିଚାଳକ (ଅପରେସନ୍‌) ସୁମିତ ମଲପୁରକର ଓ ଶ୍ରୀଲଙ୍କା କ୍ରିକେଟର ମୁଖ୍ୟ ଚଣ୍ଡିମା ମାପାଟୁନା ଷ୍ଟାଡିୟମ ପହଞ୍ଚି ପଡ଼ିଆ, ଗ୍ୟାଲେରୀ, ଖେଳାଳିଙ୍କ ଡ୍ରେସିଂ ରୁମ ଆଦି ବୁଲି ଦେଖଛନ୍ତି।

ଷ୍ଟାଡିୟମ ବୁଲି ଦେଖି ସାରିବା ପରେ ଚଣ୍ଡିମା ମାପାଟୁନା ସୂଚନା ଦେଇଛନ୍ତି, ବାରବାଟୀ ଷ୍ଟାଡିୟମରେ ଶ୍ରୀଲଙ୍କାର ମ୍ୟାଚ ଖେଳିବାର ଅନୁଭୂତି ରହିଛି। ବର୍ତମାନ ଏଠାରେ ବର୍ଷା ଲାଗିରହିଛି, ତେଣୁ ଷ୍ଟାଡିୟମର ଅବସ୍ଥା ବିଷୟରେ କହିବା ଠିକ୍‌ ହେବ ନାହିଁ। ଡିସେମ୍ବରରେ ବାରବାଟୀର ଅବସ୍ଥା ଭଲ ଥିବ ବୋଲି ଆାମେ ଆଶା କରୁଛୁ।

ବିସିସିଆଇ ଓ ଶ୍ରୀଲଙ୍କାର ଅଧିକାରୀଙ୍କ ଗସ୍ତ କାଳରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ଆବାହକ ରବି ପ୍ରତିହାରୀ, ଦୁଲାଲ ଚନ୍ଦ୍ର ପ୍ରଧାନ, ଜନାର୍ଦ୍ଦନ ଦାଶ, ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ପୂର୍ବତନ ସାଧାରଣ ସମ୍ପାଦକ ଆଶୀର୍ବାଦ ବେହେରା ଆଦି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe