ରାଜ୍ୟ ମୁଏଥାଇ ପ୍ରତିଯୋଗିତା ଉଦ୍‌ଯାପିତ: ବରଗଡ଼ ବିଜେତା

Advertisment
ରାଜ୍ୟ ମୁଏଥାଇ ପ୍ରତିଯୋଗିତା ଉଦ୍‌ଯାପିତ: ବରଗଡ଼ ବିଜେତା

ଭୁବନେଶ୍ବର: ଓଡ଼ିଶା ମୁଏଥାଇ ୟୁନିଅନ ଏବଂ ଆର୍ଟ୍ସ ଟେମ୍ପଲ ବରଗଡ଼ର ମିଳିତ ସହଯୋଗରେ ବରଗଡ଼ସ୍ଥିତ ଲେଙ୍ଗୁ ମିଶ୍ର ମିନି ଷ୍ଟାଡ଼ିୟମଠାରେ ଆୟୋଜିତ ଦଶମ ଓଡ଼ିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ପଦକ ତାଲିକାକୁ ଆଧାର କରି ବରଗଡ଼ ଜ଼ିଲ୍ଲାକୁ ବିଜେତା ପୁରସ୍କାର ମିଳିଥିବା ବେଳେ ଅନୁଗୁଳ ଉପବିଜେତା ହୋଇଥିଲା। ଏଥିସହିତ ଅନୁଗୁଳରୁ ବହୁ ସଂଖ୍ୟାରେ ମହିଳା ଅଂଶ ଗ୍ରହଣ କରିଥିବାରୁ ସେମାନଙ୍କୁ ସ୍ୱତନ୍ତ୍ର ଏବଂ ସୁନ୍ଦରଗଡ଼ ଜ଼ିଲ୍ଲାକୁ ଶୃଙ୍ଖଳିତ ଦଳ ପୁରସ୍କାର ମିଳିଥିଲା। ଏହି ପ୍ରତିଯୋଗିତାରେ ୧୭ ଜିଲ୍ଲାରୁ ମୋଟ ୧୬୭ ପ୍ରତିଯୋଗୀ, ୩୭ ଅଫିସିଆଲ, ପ୍ରବନ୍ଧକ, ପ୍ରଶିକ୍ଷକ ଅଂଶଗ୍ରହଣ କରିଥିଲେ। ଏଥିରେ କୃତିତ୍ୱ ଲାଭ କରିଥିବା ଖେଳାଳିମାନେ ଆସନ୍ତା ୧୬ରୁ ୨୨ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ହେବାକୁଥିବା ଜାତୀୟ ମୁଏଥାଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଅରୁଣ କୁମାର ମହାନ୍ତି, ଜ଼ିଲ୍ଲା କ୍ରୀଡା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ର, ଜ଼ିଲ୍ଲା କ୍ରିକେଟ ସଂଘର ପୂର୍ବତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ଓଡ଼ିଶା ମୁଏଥାଇ ୟୁନିଅନ ରାଜ୍ୟ ଅଧ୍ୟକ୍ଷ ରବି ନାରାୟଣ ପଣ୍ଡା, ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି, ଯୁଗ୍ମ ସମ୍ପାଦକ ଶୁଭ୍ରାଂଶୁ ଶେଖର ମହାପାତ୍ର, ପ୍ରତିଯୋଗିତା ଆୟୋଜକ କମିଟି ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଭୋଇ, ବୈଷୟିକ ସମ୍ପାଦକ ଚନ୍ଦ୍ର ଶେଖର ବହୁକ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe