ମେସି ବିବାଦ ପରେ ଇସ୍ତଫା ଦେଲେ ବାର୍ସିଲୋନା ସଭାପତି

Advertisment
ବାର୍ସିଲୋନା ଫେରିପାରନ୍ତି ମେସି

Forbes

ବାର୍ସିଲୋନା: ଲିଓନେଲ୍‌ ମେସିଙ୍କୁ ନେଇ ବିବାଦ ଘେରରେ ଛନ୍ଦି ହୋଇପଡ଼ିଥିବା ବାର୍ସିଲୋନା ସଭାପତି ଜୋସେପ୍‌ ବର୍ତୋମିଉ ମଙ୍ଗଳବାର କ୍ଲବ୍‌ରୁ ଇସ୍ତଫା ଦେଇଛନ୍ତି। ପ୍ରାୟ ୨୦,୦୦୦ ପ୍ରଶଂସକ ତାଙ୍କ ଇସ୍ତଫା ଦାବି କରି ଏକ ପିଟିସନରେ ଦସ୍ତଖତ କରିବା ପରେ ଜୋସେପ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ଆସନ୍ତା ମାସରେ ଅନାସ୍ଥାର ସମ୍ମୁଖୀନ ହେବା ପୂର୍ବରୁ ଜୋସେପ୍‌ ଇସ୍ତଫା ଦେଇଛନ୍ତି। ଏହା ଏକ ବିଚାରଶୀଳ, ଶାନ୍ତ ଓ ସୂଚିତ ନିର୍ଣ୍ଣୟ ବୋଲି ଏକ ଟେଲିଭିଜନ୍‌ ବକ୍ତବ୍ୟରେ କହିଛନ୍ତି ଜୋସେପ୍‌। ୫୭ ବର୍ଷ ବୟସ୍କ ଜୋସେପ୍‌ ଗତବର୍ଷ ଦଳର ନିମ୍ନମାନର ପ୍ରଦର୍ଶନ ଏବଂ କ୍ଲବ୍‌ର ଆର୍ଥିକ ସମସ୍ୟାର ସାମ୍ନା କରିଥିଲେ। ସବୁଠୁ ବଡ଼ ସମସ୍ୟା ଥିଲା ଦଳ ଚାମ୍ପିଅନ୍‌ସ ଲିଗ୍‌ କ୍ବାର୍ଟର ଫାଇନାଲ୍‌ରେ ମେୟର୍ନ ମ୍ୟୁନିକ୍‌ଠାରୁ ୨-୮ ଗୋଲ୍‌ରେ ହାରିବା। ପୁଣି ଚାମ୍ପିଅନ୍‌ସ ଲିଗ୍‌ ବିପର୍ଯ୍ୟୟ ପରେ କ୍ଲବ୍ ଛାଡ଼ିବାକୁ ନେଇ ମେସିଙ୍କ ସହ ବିବାଦକୁ ନେଇ ଜୋସେପ୍‌ ସବୁଆଠୁ ସମାଲୋଚିତ ହୋଇଥିଲେ। ମେସି ପ୍ରଶଂସକଙ୍କ ଅସନ୍ତୋଷ ଓ ଦାବି ଅନୁଯାୟୀ ସେ ମଧ୍ୟ ଅନାସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ। କାରୋନା ମହାମାରୀ ଯୋଗୁଁ ଅନାସ୍ଥା ଭୋଟକୁ ରଦ୍ଦ କରିବା ପାଇଁ ସେ କାଟାଲାନ୍‌ ସରକାରକୁ ମନାଇବାକୁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଫଳ‌ରେ ମଙ୍ଗଳବାର ସେ ପଦରୁ ଇସ୍ତଫା ଦେ‌ଇଦେଲେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe