ପ୍ୟାରିସ୍: ପ୍ରାୟ ୪ ବର୍ଷ ପୂର୍ବରୁ ଟେନିସ୍ରୁ ଅବସର ନେଇଯାଇଥିଲେ। ହେଲେ ପୁନର୍ବାର କୋର୍ଟକୁ ଫେରିବାକୁ ଇଛା ପ୍ରକାଶ କରିଛନ୍ତି। ଅବସର ନିଷ୍ପତ୍ତିରୁ ଓହରି ଆସନ୍ତାବର୍ଷ ସେ ପେସାଦାର ଟେନିସ୍କୁ ଫେରିବେ ବୋଲି ବୁଧବାର ଘୋଷଣା କରିଛନ୍ତି ପୂର୍ବତନ ଓ୍ଵିମ୍ବଲଡନ୍ ବିଜୟିନୀ ଫ୍ରାନ୍ସ ମହିଳା ମାରିଅନ୍ ବର୍ତୋଲି। ମୁଁ ଏବେ ବି ଯଥେଷ୍ଟ ଅଭ୍ୟାସ କରୁଛି। ତେଣୁ ଆଗାମୀ ବର୍ଷ ମାର୍ଚ ବେଳକୁ ମିଆମି ଓପନ୍ ଜରିଆରେ ଟେନିସ୍କୁ ଫେରିବି ବୋଲି ୩୩ ବର୍ଷ ବୟସ୍କା ବର୍ତୋଲି କହିଛନ୍ତି। ବର୍ତୋଲି ୨୦୧୨ରେ ନିଜ ଜୀବନର ସର୍ବଶ୍ରେଷ୍ଠ ଭାବେ ବିଶ୍ୱ ମାନ୍ୟତାର ସପ୍ତମ ସ୍ଥାନରେ ପହଞ୍ଚିଥିଲେ। ଅବସର ପୂର୍ବରୁ ସେ ୮ ମହିଳା ଏକକ ଟ୍ରଫି ନିଜ ନାମରେ ରଖିଥିଲା ବେଳେ ୨୦୦୭ ଓ୍ଵିମ୍ବଲଡନ୍ରେ ଉପବିଜୟୀନି ହୋଇଥିଲେ। ସେ ମଧ୍ୟ ୨୦୧୧ ଫ୍ରେଞ୍ଚ୍ ଓପନ୍ ସେମିଫାଇନାଲ୍ ଖେଳିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us