ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ୍‌ରେ ବାର୍ଟି-କଲିନ୍‌

Advertisment
ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ୍‌ରେ ବାର୍ଟି-କଲିନ୍‌

My Droll

ମେଲ୍‌ବର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ପ୍ରତିଯୋଗିତାର ମହିଳା ଏକକ ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍‌ଲେ ବାର୍ଟି ଏବଂ ୨୭ ମାନ୍ୟତାପ୍ରାପ୍ତ ଡାନିଏଲି କଲିନ୍‌ ମୁହାଁମୁହିଁ ହେବେ। ଗୁରୁବାର ସେମିଫାଇନାଲ୍‌ରେ ଅଷ୍ଟ୍ରେଲୀୟ ମହିଳା ଖେଳାଳି ବାର୍ଟି ସିଧାସଳଖ ୬-୧, ୬-୩ ସେଟ୍‌ରେ ୫୧ ମାନ୍ୟତାପ୍ରାପ୍ତ ଆମେରିକାର ମାଡିସନ୍‌ କିଜ୍‌ଙ୍କୁ ପରାସ୍ତ କରି ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଫଳରେ ୪୨ ବର୍ଷ ପରେ ଘରୋଇ ମହିଳା ଖେଳାଳି ଭାବେ ୱିମ୍ବଲ୍‌ଡନ୍‌ ବିଜୟିନୀ ବାର୍ଟି ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ୧୯୮୦ରେ ଶେ‌ଷ ଥର ଲାଗି ଅଷ୍ଟ୍ରେଲୀୟ ମହିଳା ଭାବେ ୱେଣ୍ଡି ଟର୍ନବୁଲ ଫାଇନାଲ୍‌ରେ ପହଞ୍ଚି ଉପବିଜୟିନୀରେ ସନ୍ତୁଷ୍ଠ ରହିଥିଲେ। ତାଙ୍କ ଦୁଇ ବର୍ଷ ପୂର୍ବରୁ ୧୯୭୮ରେ କ୍ରିସ୍‌ ଓ'ନିଲ୍‌ ଶେଷ ଥର ଲାଗି ସ୍ଥାନୀୟ ମହିଳା ଭାବେ ଏଠାରେ ଟ୍ରଫି ଜିତିଥିଲେ। ଯଦି ୨୫ ବର୍ଷୀୟା ବାର୍ଟି ଫାଇନାଲ୍‌ ଜିତି ନିଅନ୍ତି ତେବେ ୪୪ ବର୍ଷ ପରେ ପ୍ରଥମ ଘରୋଇ ମହିଳା ଭାବେ ଅଷ୍ଟ୍ରେଲିଆନ୍‌ ଓପନ୍‌ କରାୟତ୍ତ କରିବାରେ ଗୌରବ ଅର୍ଜନ କରିବେ। ଅନ୍ୟଏକ ସେମିଫାଇନାଲ୍‌ରେ ଆମେରିକାର କଲିନ୍ସ ୬-୪, ୬-୧‌ସେଟ୍‌ରେ ପୂର୍ବତନ ଫ୍ରେଞ୍ଚ ଓପନ୍‌ ବିଜୟିନୀ ସପ୍ତମ ମାନ୍ୟତାପ୍ରାପ୍ତ ଇଗା ସ୍ବିତେକଙ୍କୁ ହରାଇ ପ୍ରଥମ ଥର ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ବୁଧବାର ଖେଳାଯାଇଥିବା ଦୁଇ ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ଗ୍ରିକ୍‌ର ଷ୍ଟିଫାନୋସ ସିସିପାସ ଓ ରୁଷିଆର ଡାନିଲ ମେଦଭେ‌ଦେଭ ବିଜୟୀ ହୋଇ ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ଉଭୟ ଫାଇନାଲ୍‌ ସ୍ଥାନ ପାଇଁ ଶୁକ୍ରବାର ମୁହାଁମୁହିଁ ହେବେ। ଚତୁର୍ଥ ମାନ୍ୟତାପ୍ରାପ୍ତ ୨୩ ବର୍ଷୀୟ ସିସିପାସ ସିଧାସଳଖ ୬-୩, ୬-୪, ୬-୨ ସେଟ୍‌ରେ ଏକାଦଶ ମାନ୍ୟତାପ୍ରାପ୍ତ ଇଟାଲିର ଜାନ୍ନିକ ସିନ୍ନରଙ୍କୁ ହରାଇଥି‌ଲେ। ସିସିପାସ ପୂର୍ବରୁ ଏଠାରେ ୨୦୧୯, ୨୦୨୧ରେ ସେମିଫାଇନାଲ୍‌ ପହଞ୍ଚିଥିଲେ। ଅନ୍ୟଏକ କ୍ବାର୍ଟର ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ମେଦଭେଦେଭ ୬-୭, ୩-୬, ୭-୬, ୭-୫, ୬-୪ ସେଟ୍‌ରେ ନବମ ମାନ୍ୟତାପ୍ରାପ୍ତ ୨୧ ବର୍ଷୀୟ କାନାଡ଼ାର ଫେଲିକ୍ସ ଅଗର-ଅଲିସିମିଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe