୩୦୦ ଓ୍ଵିକେଟ୍‌ କ୍ଲବ୍‌ ଦ୍ୱାରରେ ବସନ୍ତ

Advertisment
୩୦୦ ଓ୍ଵିକେଟ୍‌ କ୍ଲବ୍‌ ଦ୍ୱାରରେ ବସନ୍ତ

ଭୁବନେଶ୍ୱର: ବୁଧବାର ମୁମ୍ବାଇ ମ୍ୟାଚ୍‌ରେ ଓଡ଼ିଶାର ଅଭିଜ୍ଞ ଦ୍ରୁତ ବୋଲର ବସନ୍ତ ମହାନ୍ତିଙ୍କ ପାଇଁ ବ୍ୟକ୍ତିଗତ ମାଇଲଖୁଣ୍ଟର ସୁଯୋଗ ରହିବ। ଦେବାଶିଷ ମହାନ୍ତିଙ୍କ ପରେ ଓଡ଼ିଶାର ଦ୍ୱିତୀୟ ବୋଲର ଭାବେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୩୦୦ ଓ୍ଵିକେଟ୍‌ କ୍ଲବରେ ସାମିଲ ହେବେ। ୩୧ ବର୍ଷୀୟ ବସନ୍ତ ସଂପ୍ରତି ୮୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୨୯୯ ଓ୍ଵିକେଟ୍‌ରେ ଅଛନ୍ତି। କିଟ୍‌ ପଡ଼ିଆରେ ମାତ୍ର ଗୋଟିଏ ଓ୍ଵିକେଟ୍‌ ଅକ୍ତିଆର କଲେ ସେ ଓଡ଼ିଶାର ଦ୍ୱିତୀୟ ବୋଲର ଭାବେ ୩୦୦ ପ୍ରଥମ ଶ୍ରେଣୀ ଓ୍ଵିକେଟ୍‌ ହାସଲର କୀର୍ତ୍ତିମାନ ସ୍ଥାପନ କରିବେ। ଏଥିନେଇ ବସନ୍ତ ମଧ୍ୟ ବେଶ୍‌ ଉତ୍ସାହିତ ଅଛନ୍ତି। ଦେବା ଭାଇ (ଦେବାଶିଷ ମହାନ୍ତି)ଙ୍କ ପରେ ଓଡ଼ିଶାର ଦ୍ୱିତୀୟ ବୋଲର ଭାବେ ୩୦୦ ଓ୍ଵିକେଟ୍‌ କ୍ଲବ୍‌ରେ ସାମିଲ ହେବା ମୋ ପାଇଁ ଗୌରବର ବିଷୟ ହେବ। ହେଲେ ମୁଁ ଏହି ମ୍ୟାଚ୍‌ରେ ମାତ୍ର ଗୋଟିଏ ଓ୍ଵିକେଟ୍‌ ପାଇବା ଲକ୍ଷ୍ୟରେ ନାହିଁ। ପାଞ୍ଚ ଓ୍ଵିକେଟ୍‌ ପାଇ ଓଡ଼ିଶାକୁ ଆଗୁଆ କରିବାକୁ ମୁଁ ଲକ୍ଷ୍ୟ ରଖିଛି। ବିକାଶ ପଡ଼ିଆରେ ୩୦୦ ଓ୍ଵିକେଟ୍‌ ଛୁଇଁବି ବୋଲି ଆଶା ରଖିଥିଲି। ଏବେ କିଟ୍‌ ପଡ଼ିଆରେ ଏହି କୀର୍ତ୍ତିମାନ କରିନେବିି ବୋଲି ଭାବୁଛି। ସୂଚନାଯୋଗ୍ୟ ଯେ ବସନ୍ତ ନିଜ ଶତକୀୟ ଓ୍ଵିକେଟ୍‌ ମୁମ୍ବାଇ ବିପକ୍ଷରେ ହିଁ ହାସଲ କରିଥିଲେ। ୩୦୦ତମ ଓ୍ଵିକେଟ୍‌ ସେହି ମୁମ୍ବାଇ ବିପକ୍ଷରେ ପାଇବା ତାଙ୍କ ପାଇଁ ନିଆରା ସଂଯୋଗ ହେବ। କିଟ୍‌ ପଡ଼ିଆ ମଧ୍ୟ ତାଙ୍କ ପାଇଁ ସ୍ମରଣୀୟ ରହିଛି। ୨ ବର୍ଷ ତଳେ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ଏଠାରେ ସେ ହ୍ୟାଟ୍ରିକ୍‌ ଅର୍ଜନ କରିବାର ଗୌରବ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe