ଭୁବନେଶ୍ୱର: ନଭେମ୍ବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ୍ ନେହେରୁ ଇନ୍ଡୋର୍ ଷ୍ଟାଡିୟମ୍ରେ ୬୦ତମ ନାଲ୍କୋ କପ୍ ରାଜ୍ୟ ବାସ୍କେଟ୍ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏଥି ଲାଗି ଭୁବନେଶ୍ୱର (ବିବିଏ) ଏବଂ ଖୋର୍ଧା (କେଡିବିଏ) ଦଳ ଖେଳାଳି ଚୟନ ପ୍ରକ୍ରିୟା ନଭେମ୍ବର ୧୧ ତାରିଖ ସକାଳ ୭ଟାରେ ଭୁବନେଶ୍ୱର ୟୁନିଟ୍-୧ ବାସ୍କେଟ୍ବଲ୍ ପଡ଼ିଆରେ ଆୟୋଜିତ ହୋଇଛି। ମନୋନୀତ ଖେଳାଳିଙ୍କୁ ନେଇ ସେହି ପଡ଼ିଆରେ ନଭେମ୍ବର ୧୩ ତାରିଖଠାରୁ ପ୍ରତିଯୋଗିତା ଆରମ୍ଭ ପର୍ଯ୍ୟନ୍ତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତେ ହେବ ବୋଲି ଉଭୟ ଦଳ ଚୟନ ସମିତିର ଆବାହକ ପ୍ରଶାନ୍ତ କୁମାର ନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ପ୍ରତିଯୋଗିତା ପରେ ଚେନ୍ନାଇରେ ୨୦୧୮ ଜାନୁଆରି ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଜାତୀୟ ବାସ୍ପେଟ୍ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
ବାସ୍କେଟ୍ବଲ୍ ଦଳ ଚୟନ
Advertisment
Follow Us