CBS46.com
ତୁଲ୍ସା (ଓକ୍ଲାହୋମା): ହଲ୍ ଅଫ୍ ଫେମ୍ ବାସ୍କେଟ୍ବଲ୍ ପ୍ରଶିକ୍ଷକ ଏଡି ସଟ୍ଟନ୍ଙ୍କର ଶନିବାର ପରଲୋକ ଘଟିଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସଟ୍ଟନ୍ ୩ ଦଳର ନେତୃତ୍ବ ନେଇ ସେମିଫାଇନଲାଲ୍ ପ୍ରବେଶ କରିଥିଲା ବେଳେ ୪ ବିଦ୍ୟାଳୟକୁ ଏନ୍ସିଏଏ ପ୍ରତିଯୋଗିତାକୁ ନେବାରେ ପ୍ରଥମ ପ୍ରଶିକ୍ଷକ ଥିଲେ। ୧୯୭୮ ଅର୍କାନ୍ସାସ୍ରେ ଏବଂ ୧୯୯୫ ଓ ୨୦୦୪ରେ ଓକ୍ଲାହୋମ୍ ରାଜ୍ୟ ପ୍ରତିଯୋଗିତାର ଚୂଡାନ୍ତ ୪ ଦଳର ନେତୃତ୍ବ ନେଇଥିଲେ ସଟ୍ଟନ୍। ସେହିପରି କ୍ରେଟନ୍, ଅର୍କାନ୍ସାସ୍, କେଣ୍ଟୁକି ଓ ଓକ୍ଲାହୋମ୍ ରାଜ୍ୟ ଦଳକୁ ଏନ୍ସିଏଏ ପ୍ରତିଯୋଗିତାକୁ ନେଇଥିଲେ। ସେ ମଧ୍ୟ ଆର୍କନ୍ସାସ୍ରେ ୧୯୭୮ରେ ଏବଂ କେଣ୍ଟୁକିରେ ୧୯୮୬ରେ ଆସୋସିଏଟେଡ୍ ପ୍ରେସ୍ କୋଚ୍ ଅଫ୍ ଦି ଇୟର ପୁରସ୍କାର ପାଇଥିଲେ। ଓକଲାହୋମାର ତୁଲ୍ସାସ୍ଥିତ ନିଜ ବାସଭବନରେ ତାଙ୍କର ସାଧାରଣ ମୃତ୍ୟୁ ଘଟିଛି ବାଲି ସଟ୍ଟନ୍ଙ୍କ ପରିବାର ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ତାଙ୍କର ତିନି ପୁଅ ଥିଲା ବେଳେ ୨୦୧୩ରେ ସଟ୍ଟନ୍ଙ୍କ ପତ୍ନୀ ପାଟ୍ସିଙ୍କ ବିୟୋଗ ଘଟିଥିଲା।
ପ୍ରଶିକ୍ଷଣ ଜୀବନକାଳ ମଧ୍ୟରେ ବାପା ଓ ମା ଖେଳାଳିମାନଙ୍କୁ ତାଙ୍କ ପରିବାର ଭଳି ଦେଖୁଥିଲେ ଏବଂ ଶିକ୍ଷାଦାନକୁ କେବଳ ବାସ୍କେଟ୍ବଲ୍ କୋର୍ଟରେ ଛାଡ଼ିଦିଅ ବୋଲି ବିଶ୍ବାସ ଭରୁଥିଲେ। ଏକଥା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ଗତ ଏପ୍ରିଲ ୩ ତାରିଖରେ ନାଇସ୍ମିଥ୍ ମେମୋରିଆଲ ବାସ୍କେଟ୍ବଲ୍ ହଲ୍ ଅଫ୍ ଫେମ୍କୁ ନିର୍ବାଚିତ ହୋଇଥିବା ସଟ୍ଟନ୍ ଜଣେ ଡିଭିଜନ୍-୧ ମୁଖ୍ୟ ପ୍ରଶିକ୍ଷକ ଭାବେ ୩୭ ଋତୁରେ ୮୦୬-୩୨୮ ସଫଳତା ପାଇଥିଲେ। ସେ ୧୯୩୬ ମସିହାରେ କାନ୍ସାସ୍ର ବକ୍ଲିନ୍ଠାରେ ଜନ୍ମ ଗ୍ରହଣ କରିଥିଲେ।
Follow Us