ଜୁରିକ୍: ବୁନ୍ଦେସଲିଗା ବିଜେତା ବେୟର୍ଣ୍ଣ ମ୍ୟୁନିକ୍ ଗୁରୁବାର ଫିଫା କ୍ଲବ୍ ବିଶ୍ବକପ୍ ବିଜେତା ହୋଇଛି। ଫାଇନାଲ୍ରେ ଏହି ଦଳ ମେକ୍ସିକୋ ଟାଇଗର୍ସକୁ ୧-୦ ଗୋଲ୍ରେ ପରାସ୍ତ କରି ଟ୍ରଫି ହାତେଇନେଇଛି। ବେଞ୍ଜାମିନ ପାଭାର୍ଡ ମ୍ୟାଚ୍ର ଏକମାତ୍ର ଗୋଲ୍ଟି ୫୯ ମିନିଟ୍ରେ କରିଥିଲେ। ଉତ୍ତର ଓ କେନ୍ଦ୍ରୀୟ ଆମେରିକାର ପ୍ରଥମ ଦଳ ଭାବେ ଫାଇନାଲ୍ ପ୍ରବେଶ କରିଥିବା ଟାଇଗର୍ସ ଦଳ ଚାମ୍ପିଅନ୍ସ ଲିଗ୍ ବିଜେତା ମ୍ୟୁନିକ୍ ଦଳ ବିପକ୍ଷରେ ଦମ୍ଦାର ପ୍ରଦର୍ଶନ କରିଥିଲେ ମଧ୍ୟ ଉପବିଜେତାରେ ସନ୍ତୁଷ୍ଟ ରହିଲା। ପ୍ରଶିକ୍ଷକ ହାନ୍ସି ଫ୍ଲିକ୍ଙ୍କ ଅଧୀନରେ ବେୟର୍ଣ୍ଣ ମ୍ୟୁନିକ୍ ମଧ୍ୟ ଷଷ୍ଠ ଟ୍ରଫି ଜିତିଛି। ଗୋଟିଏ ଋତୁରେ ୬ ଟ୍ରଫି ଜିତିବାର ଗୌରବ ବହନ କରିଥିବାରୁ ଫ୍ଲିକ୍ ମଧ୍ୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ବେୟର୍ଣ୍ଣ ମ୍ୟୁନିକ୍ ଜିତିଲା କ୍ଲବ୍ ବିଶ୍ବକପ୍ ଟ୍ରଫି
Advertisment
Follow Us