ସବା କରିମଙ୍କୁ ‌ବିସିଏ ନୋଟିସ୍

Advertisment
ସବା କରିମଙ୍କୁ ‌ବିସିଏ ନୋଟିସ୍

ପାଟନା: ବିସିସିଆଇ ମହାପ୍ରବନ୍ଧକ ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସବା କରିମଙ୍କୁ ବିହାର କ୍ରିକେଟ୍ ସଂଘ (ବିସିଏ) ମୁଖ୍ୟ ଜଗନ୍ନାଥ ସିଂହ ଆଇନଗତ ନୋଟିସ୍ ଜାରି କରିଛନ୍ତି। କରିମ ବିହାର ୧୬ ବର୍ଷରୁ କମ୍ ସମ୍ଭାବ୍ୟ ଦଳର ବୟସଗତ ପ୍ରମାଣପତ୍ର ପରୀକ୍ଷାରେ ମାତ୍ରାଧିକ ହସ୍ତକ୍ଷେପ କରିଥିବା ଶ୍ରୀ ସିଂହ ଏଥିରେ ଅଭିଯୋଗ କରିଛନ୍ତି। ଏଭଳି କରି ସେ ପ୍ରଶାସିକ ସମିତି (ସିଓଏ) ନିର୍ଦେଶକୁ ଉଲ୍ଲଂଘନ କରିଥିବା ମଧ୍ୟ ପେସାରେ ଜଣେ ଆଇନଜୀବୀ ଥିବା ଶ୍ରୀ ସିଂହ କରିମଙ୍କୁ ଚେତାବନୀ ଦେଇଛନ୍ତି। କରିମ କିନ୍ତ ଏଥିନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଡୋପିଂ ନିରୋଧୀ ପ୍ରବନ୍ଧକ ଅଭିଜିତ ସାଲଭିଙ୍କୁ ଫୋନ୍ କରି ବୟସଗତ ପ୍ରମାଣପାତ୍ର ନେଇ ହେଉଥିବା ସ୍ବାସ୍ଥ୍ୟ ପରୀକ୍ଷାକୁ କରିମ ରୋକିଥିବା ମଧ୍ୟ ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe