ବିସିସିଆଇ ଅଟଳ: ପରିବାରକୁ ସାଙ୍ଗରେ ନେଇ ପାରିବେନି ଭାରତୀୟ ଖେଳାଳି

Advertisment

ବର୍ଡର-ଗାଭାସ୍କର ଟ୍ରଫିରେ ଦୁର୍ବଳ ପ୍ରଦର୍ଶନ କରିବା ପରେ ବିସିସିଆଇ ଖେଳାଳି ଏବଂ ସେମାନଙ୍କ ପରିବାର ପାଇଁ ଲାଗୁ କରିଥିବା ନୂଆ ନିୟମ ଚାମ୍ପିଅନ୍ସ ଟ୍ରଫି ପାଇଁ ଲାଗୁହେବ।

ବର୍ଡର-ଗାଭାସ୍କର ଟ୍ରଫିରେ ଦୁର୍ବଳ ପ୍ରଦର୍ଶନ କରିବା ପରେ ବିସିସିଆଇ ଖେଳାଳି ଏବଂ ସେମାନଙ୍କ ପରିବାର ପାଇଁ ଲାଗୁ କରିଥିବା ନୂଆ ନିୟମ ଚାମ୍ପିଅନ୍ସ ଟ୍ରଫି ପାଇଁ ଲାଗୁହେବ।

sdsddsc

ବର୍ଡର-ଗାଭାସ୍କର ଟ୍ରଫିରେ ଦୁର୍ବଳ ପ୍ରଦର୍ଶନ କରିବା ପରେ ବିସିସିଆଇ ଖେଳାଳି ଏବଂ ସେମାନଙ୍କ ପରିବାର ପାଇଁ ଲାଗୁ କରିଥିବା ନୂଆ ନିୟମ ଚାମ୍ପିଅନ୍ସ ଟ୍ରଫି ପାଇଁ ଲାଗୁହେବ। ଅର୍ଥାତ୍ ଭାରତୀୟ ଖେଳାଳିମାନେ ଦୁବାଇରେ ଖେଳିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଲାଗି ନିଜ ସହ କୌଣସି ପରିବାର ସଦସ୍ୟ କିମ୍ବା ପତ୍ନୀଙ୍କୁ ନେଇ ପାରିବେ ନାହିଁ।

 ସେହିଭଳି ପ୍ରଶିକ୍ଷକ କିମ୍ବା ଅନ୍ୟ ଅଧିକାରୀଙ୍କ ବ୍ୟକ୍ତିଗତ କର୍ମଚାରୀ ଏଣିକି ଦଳୀୟ ହୋଟେଲରେ ରହିପାରିବେନି। ସେମାନେ ଅନ୍ୟ ହୋଟେଲରେ ରହିବେ ଏବଂ ଏହାର ଖର୍ଚ୍ଚ ମଧ୍ୟ ସଂପୃକ୍ତ ପ୍ରଶିକ୍ଷକ କିମ୍ବା ଅଧିକାରୀ ନିଜ ପକେଟରୁ ଦେବେ। ଏକଥା ଗୁରୁବାର ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରି ଦେଇଛନ୍ତି। ଏପରିକି ଭାରତୀୟ ଦଳର ଜଣେ ବରିଷ୍ଠ ଖେଳାଳି ନିଜ ପରିବାରକୁ ସାଙ୍ଗରେ ନେବା ଲାଗି ବିସିସିଆଇକୁ ଅନୁରୋଧ କରିଥିଲେ। ତେବେ ତାଙ୍କ ଅନୁରୋଧକୁ ଆଗ୍ରାହ୍ୟ କରି ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe