Ind Vs SA: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍‌, କେଏଲ୍‌ ରାହୁଲ ଅଧିନାୟକ, ଫେରିଲେ ଜାଡ଼େଜା

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଦିନିକିଆ ଶୃଙ୍ଖଳା ପାଇଁ କେଏଲ୍‌ ରାହୁଲଙ୍କୁ ଅଧିନାୟକ କରିଛି। ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପାଇଁ ୧୫ ସଦସୀୟ ଟିମ୍‌ ଘୋଷଣା କରିଛି।

Untitled-13 copy

KL Rahul announces Team India Captain. Photograph: (sambad.in)

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଦିନିକିଆ ଶୃଙ୍ଖଳା ପାଇଁ କେଏଲ୍‌ ରାହୁଲଙ୍କୁ ଅଧିନାୟକ କରିଛି। ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପାଇଁ ୧୫ ସଦସୀୟ ଟିମ୍‌ ଘୋଷଣା କରିଛି। ଶୁଭମନ ଗିଲଙ୍କ ଗଳାରେ ଆଘାତ ଠିକ୍‌ ହୋଇପାରି ନାହିଁ। ଏଥି ପାଇଁ ସେ ଦଳର ସଦସ୍ୟ ହୋଇପାରିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଅନୁପସ୍ଥିତ ଥିବା ରବୀନ୍ଦ୍ର ଜାଦେଜା ୫୦ ଓଭର ଫର୍ମାଟରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। 

ଋଷଭ ପନ୍ତଙ୍କୁ ଟିମ୍‌ରେ ସାମିଲ

ଏହା ପୂର୍ବରୁ ଗଣମାଧ୍ୟମର ରିପୋର୍ଟରେ ଦାବି କରାଯାଉଥିଲା ଯେ, ଋଷଭ ପନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଟିମ୍‌ ଇଣ୍ଡିଆର ଅଧିନାୟକ ହେବ‌େ। କିନ୍ତୁ ଏହା ସେମିତି ହୋଇ ନାହିଁ। ଚୟନ କମିଟି କେଏଲ୍‌ ରାହୁଲଙ୍କୁ ତିନି ମ୍ୟାଚ୍‌ ବିଶିଷ୍ଯ ଶୃଙ୍ଖଳା ପାଇଁ କେଏଲ୍‌ ରାହୁଲଙ୍କୁ ଗୁରୁ ଦାୟିତ୍ବ ଦେଇଛି। କିନ୍ତୁ ଋଷଭ ପନ୍ତ ୧୫ ଜଣିଆ ଟିମ୍‌ରେ ସ୍ଥାନ ପାଇଛନ୍ତି। 

ଆହୁରି ପଢ଼ନ୍ତୁ: Ind Vs SA: ଦ୍ବିତୀୟ ଦିନରେ ମୁଥୁସାମୀ-ଜନସେନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ଏତିକି ରନ୍‌ ପଛରେ ଭାରତ

ସିରାଜ ଓ ବୁମରାଙ୍କୁ ମିଳିଲାନି ସ୍ଥାନ

ଷ୍ଟାର ବୋଲର ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମରାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ସ୍ଥାନ ମିଳିନାହିଁ। ସେମାନଙ୍କୁ ବିଶ୍ରାମ ଦିଆଯାଇଛି। ୧୫ଜଣିଆ ଟିମ୍‌ରେ କେଏଲ୍‌ ରାହୁଲ (ଅଧିନାୟକ), ଋଷଭ ପନ୍ତ, ଧ୍ରବ ଜୁରେଲ ୱିକେଟ୍‌କିପର ବ୍ୟାଟର ଭାବେରେ ଖେଳିବେ। ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର ଏବଂ କୁଲଦୀପ ଯାଦବ ସ୍ପିନର ଭାବେ ଖେଳିବେ। ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିନାହିଁ। ପ୍ରସିଦ୍ଧ କୃଷ୍ଣ, ହର୍ଷିତ ରାଣା ଓ ଅର୍ଶଦୀପ ସଂହଙ୍କ ସହିତ ନିତୀଶ କୁମାର ରେଡ୍ଡୀ ଦ୍ରୁତ ବ‌ୋଲର ଭାବେ ଖେଳିବେ। 

ଆହୁରି ପଢ଼ନ୍ତୁ: Accident: ଦୁଇ ଜଣଙ୍କୁ ଧକ୍କା ଦେଲା ସାରସକଣା ବିଧାୟକଙ୍କ ଗାଡ଼ି, ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe