ବିସିସିଆଇ ବାର୍ଷିକ ଚୁକ୍ତି: ଶେଫାଳି, ପୁନମଙ୍କ ପ‌ଦୋନ୍ନତି

Advertisment
ବିସିସିଆଇ ବାର୍ଷିକ ଚୁକ୍ତି: ଶେଫାଳି, ପୁନମଙ୍କ ପ‌ଦୋନ୍ନତି

India Today

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ମହିଳା ଖେଳାଳିଙ୍କ ବାର୍ଷିକ ଚୁକ୍ତି ୨୦୨୦-୨୧ ତାଲିକା ପ୍ରକାଶ କରିଛି। ଏହି ତାଲିକା‌କୁ ଏଥର ବିସିସିଆଇ ୨୨ରୁ ୧୯କୁ ହ୍ରାସ କରିଛି। ନୂଆ ତାଲିକାରେ ଚମତ୍କାର ଫର୍ମରେ ଥିବା ଯୁବ ଓପନର୍‌ ଶେଫାଳି ବର୍ମା ପଦୋ‌ନ୍ନତି ପାଇ ଗ୍ରେଡ୍‌-ବିରେ ସ୍ଥାନ ପାଇଛନ୍ତି। ସେ ସେପ୍ଟେମ୍ବର ୨୦୧୯ରେ ପ୍ରଥମ ଥର ଟି-୨୦ ଲାଗି ଡାକରା ପାଇଥିଲେ। ଏବେ ସେ ଭାରତର ପରବର୍ତ୍ତୀ ଇଂଲଣ୍ଡ ଗସ୍ତ ଲାଗି ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଚଳିତ ବର୍ଷ ମାର୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ୨ ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ଅର୍ଜନ କରିଥିବା ପୁନମ ରାଉତଙ୍କୁ ବିସିସିଆଇ ପୁରସ୍କୃତ କରିଛି। ତାଙ୍କୁ ଗ୍ରେଡ୍‌-ସିରୁ ବି’କୁ ପଦୋନ୍ନତି ଦେଇଛି।

ବାମହାତୀ ସ୍ପିନର ରାଜେଶ୍ବରୀ ଗାଏକ୍ବାଡ ମଧ୍ୟ ସି’ରୁ ବି’କୁ ଲମ୍ଫ ଦେଇଛନ୍ତି। ଶିଖା ପାଣ୍ଡେ ବି’ରେ ସ୍ଥିର ରହିଛନ୍ତି। ବହୁଦିନ ହେବ ଦଳରେ ସ୍ଥାନ ପାଇନଥିବା ବେଦା କୃଷ୍ଣମୂର୍ତ୍ତି ଏହି ଚୁକ୍ତି ତାଲିକାରେ ନାହାନ୍ତି। ସେହିପରି ଅନୁଜା ପାଟିଲ, ଡି ହେମଲତା ଏବଂ ଏକତା ବିଷ୍ଟ ମଧ୍ୟ ଚୁକ୍ତିରେ ନାହାନ୍ତି। ୨୦୨୦ ଟି-୨୦ ବିଶ୍ବକପ୍‌ ପରେ ୧୯ ବର୍ଷରୁ କମ୍‌ ଏବଂ ଚାଲେଞ୍ଜର ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା ରିଚା ଘୋଷ ଗ୍ରେଡ-ସି ଚୁକ୍ତିରେ ରହିଛନ୍ତି। ତେବେ କେବଳ ୩ ଅଭିଜ୍ଞ ଖେଳାଳି ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଓ ପୁନମ ଯାଦବ ଗ୍ରେଡ୍‌-ଏ’ରେ ଅଛନ୍ତି।
ଗ୍ରେଡ୍‌ ଏ (୫୦ ଲକ୍ଷ ଟଙ୍କା): ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଓ ପୁନମ ଯାଦବ।

ଗ୍ରେଡ୍‌ ବି (୨୦ ଲକ୍ଷ ଟଙ୍କା): ମିତାଲି ରାଜ, ଝୁଲଣ ଗୋସ୍ବାମୀ, ଦୀପ୍ତି ଶର୍ମା, ପୁନମ ରାଉତ, ରାଜେଶ୍ବରୀ ଗାଏକ୍ବାଡ, ଶୋଫାଳି ବର୍ମା, ରାଧା ଯାଦବ, ଶିଖା ପାଣ୍ଡେ, ତାନିୟା ଭାଟିଆ, ଜେମିମା ରଡ୍ରିଗୁଏଜ।

ଗ୍ରେଡ୍‌ ସି (୧୦ ଲକ୍ଷ ଟଙ୍କା): ମାନସୀ ଜୋଷୀ, ଅରୁନ୍ଧତୀ ରେଡ୍ଡୀ, ପୂଜା ବସ୍ତ୍ରକାର, ହର୍ଲିନ ଦେଓଲ, ପ୍ରିୟା ପୁନିଆ, ରିଚା ଘୋଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe