ବିରାଟ ଓ ରୋହିତଙ୍କ ଭିତରେ ଉପୁଜିଥିବା ମତଭେଦର ମୀମାଂସା କରିବା ଉଦ୍ୟମ କରୁଛି ବିସିସିଆଇ

Advertisment

Photo Credit: IANS

ନୂଆଦିଲ୍ଳୀ: ଆଇସିସି ବିଶ୍ୱକପ୍‌ର ସେମି ଫାଇନାଲ୍‌ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ ଦଳ ନ୍ୟୁଜିଲାଣ୍ଡ୍‌ଠାରୁ ପରାଜିତ ହେବା ପରେ ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲି ଓ ଭାଇସ୍‌ କ୍ୟାପ୍‌ଟେନ୍‌ ରୋହିତ ଶର୍ମାଙ୍କ ମଧ୍ୟରେ ଫାଟ ଉପୁଜିଥିବା ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ପାଲଟିଥିଲା। ଟିମ୍‌ ଇଣ୍ଡିଆର ଏହି ଦୁଇ ଦକ୍ଷ ଖେଳାଳିଙ୍କ ଭିତରେ ଥିବା ମତଭେଦକୁ ଦୂର କରି ମୀମାଂସାର ବାଟ ଖୋଜୁଛି ବିସିସିଆଇ। କୋହଲି ଓ ରୋହିତଙ୍କ ଭିତରେ ଉପୁଜିଥିବା ବିବାଦର ସମାଧାନ କରିବା ପାଇଁ ସେମାନଙ୍କୁ ଭେଟିବେ ବିସିସିଆଇ ସିଇଓ ରାହୁଲ ଜୋହରି। ଏହି ଆଲୋଚନା ବୈଠକରେ ହେଡ କୋଚ ରବି ଶାସ୍ତ୍ରୀ ବି ସାମିଲ୍‌ ହୋଇପାରନ୍ତି ବୋଲି ସୂଚନା ରହିଛି।

publive-image Essentially Sports

ଉଲ୍ଲେଖ୍ୟଯୋଗ୍ୟ, ବିଶ୍ୱକପ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଫାଇନାଲ୍‌କୁ ନଯାଇପାରିବା ନେଇ ଉଭୟ ବିରାଟ ଓ ରୋହିତ ପରସ୍ପରଙ୍କ ଉପରେ ଦୋଷ ଲଦିବା ଆରମ୍ଭ କରିଥିଲେ। କିଛି ଖେଳାଳି ବିରାଟଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ରୋହିତଙ୍କ ସମର୍ଥନ କରିଥିଲେ। ଏପରିକି ରୋହିତ ଶର୍ମା ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରୁ ବି ବିରାଟଙ୍କୁ ଅନ୍‌ଫଲୋ କରି ସେମାନଙ୍କ ଭିତରେ ଉପୁଜିଥିବା ମତଭେଦର ସଂକେତ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe