ନୂଆଦିଲ୍ଲୀ: ଶେଷ ମୁହୂର୍ତ୍ତରେ ଆଇପିଏଲ୍-୨୦୨୫ରୁ ଓହରିଯାଇଥିବାରୁ ଇଂଲଣ୍ଡ୍ ବ୍ୟାଟର୍ ହ୍ୟାରି ବ୍ରୁକ୍ଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)। ବିସିସିଆଇ ଏ ସମ୍ପର୍କରେ ବ୍ରୁକ୍ଙ୍କ ଜାତୀୟ କ୍ରିକେଟ୍ ସଂଘ ଇଂଲଣ୍ଡ୍ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)କୁ ଜଣାଇ ଦେଇଛି।
ଚୁକ୍ତିବଦ୍ଧ ହେବା ପରେ କୌଣସି ଖେଳାଳି ସିଜନ୍ ଆରମ୍ଭ ପୂର୍ବରୁ ଓହରିଗଲେ ଏଭଳି ଦଣ୍ଡର ସମ୍ମୁଖୀନ ହେବାକୁ ପୂର୍ବରୁ ବିସିସିଆଇ ନୀତିଗତ ନିଷ୍ପତ୍ତି ନେଇଥିଲା। ଗତବର୍ଷର ନିଲାମ ପୂର୍ବରୁ ଖେଳାଳି ପଞ୍ଜୀକରଣ ବେଳେ ଏ ସମ୍ପର୍କରେ ସମସ୍ତ ଖେଳାଳିଙ୍କୁ ଅବଗତ କରାଇ ଦିଆଯାଇଥିଲା।
Follow Us