ଆମ ଉପରେ ପ୍ରତିବନ୍ଧକ ଲାଗିପାରେ...ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବିସିସିଆଇର ପ୍ରତିକ୍ରିୟା

ଆମ ଉପରେ ପ୍ରତିବନ୍ଧକ ଲାଗିପାରେ। ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଏଭଳି କହିଛନ୍ତି  ବିସିସିଆଇ ସଚିବ ଦେବଜିତ ସୈକିଆ। ସେ ସ୍ପଷ୍ଟ କରିଛନ୍ତି ଯେ, ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଉପରେ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ।

tt

ନୂଆଦିଲ୍ଲୀ: ଆମ ଉପରେ ପ୍ରତିବନ୍ଧକ ଲାଗିପାରେ। ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଏଭଳି କହିଛନ୍ତି  ବିସିସିଆଇ ସଚିବ ଦେବଜିତ ସୈକିଆ। ସେ ସ୍ପଷ୍ଟ କରିଛନ୍ତି ଯେ, ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଉପରେ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ। କେନ୍ଦ୍ର ସରକାରଙ୍କ ନୀତି ଅନୁଯାୟୀ, ଟିମ୍ ଇଣ୍ଡିଆ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ସମସ୍ତ ଦେଶ ସହିତ ଖେଳିବ। ବିସିସିଆଇ ମ୍ୟାଚ୍ ଖେଳିବାକୁ ମନା କରିବା ଦ୍ବାରା ଆଇସିସି (ଆନ୍ତର୍ଜାତୀୟ କ୍ରିକେଟ ପରିଷଦ) କିମ୍ବା ଏସିସି(ଏସୀୟ କ୍ରିକେଟ ପରିଷଦ) ଦ୍ୱାରା ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରେ।

ଏସିଆ କପ୍‌ରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବା ନେଇ ଖବର ଆସିବା ପରେ ଦେଶରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲେ। ଲୋକେ ବିସିସିଆଇକୁ ଟ୍ରୋଲ କରିବା ସହ ଟଙ୍କା ପାଇଁ ବିସିସିଆଇ କିଛି ବି କରିପାରେ ବୋଲି କହିଥିଲେ। ଏନେଇ 'ବଏକଟବିସିସିଆଇ' ବି ଟ୍ରେଣ୍ଡ କରିଥିଲା। ଏହାକୁ ନଜରରେ ରଖି ବିସିସିଆଇ ସଚିବ ଦେବଜିତ ସୈକିଆ ସ୍ପଷ୍ଟୀକରଣ ଦେଇଛନ୍ତି।

ସେ କହିଛନ୍ତି, "ଭାରତ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ମୁକାବିଲା କରିପାରିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଟିମ୍ ଇଣ୍ଡିଆ କେବଳ ଦ୍ୱିପାକ୍ଷିକ ସିରିଜରେ ପାକିସ୍ତାନ ସହିତ ଖେଳିବ ନାହିଁ। କିନ୍ତୁ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଖେଳିବାରେ କୌଣସି ପ୍ରକାରର ପ୍ରତିବନ୍ଧକ ନାହିଁ। କେନ୍ଦ୍ର ସରକାର ଦେଶର ହିତ ପାଇଁ ଯାହା ନିଷ୍ପତ୍ତି ନିଅନ୍ତି, ଆମକୁ ତାହା ପାଳନ କରିବାକୁ ପଡ଼େ। କୌଣସି ଦେଶ ସହିତ ସମ୍ପର୍କ ଭଲ ନଥିଲେ ବି ସେ ଦେଶ ସହିତ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଖେଳାଯାଇପାରିବ ବୋଲି ସ୍ପଷ୍ଟ କରିଛନ୍ତି ସରକାର। ଏହା ସତ୍ତ୍ବେ ଯଦି ଆମେ ଏବେ ପାକିସ୍ତାନ ସହ ଖେଳିବାକୁ ମନା କରିବୁ ତେବେ ଆମ ଉପରେ ଆଇସିସି (ଆନ୍ତର୍ଜାତୀୟ କ୍ରିକେଟ ପରିଷଦ) କିମ୍ବା ଏସିସି(ଏସୀୟ କ୍ରିକେଟ ପରିଷଦ) ପ୍ରତିବନ୍ଧକ ଲଗାଇପାରେ।"

BCCI | Asia Cup-2025 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe