Bangladesh Photograph: (sambad.in)
ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏବେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ବାଂଲାରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏହାର ମୁଖ୍ୟ କାରଣ। ଏପର୍ଯ୍ୟନ୍ତ ୪ଜଣ ହିନ୍ଦୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଏବେ ଏହାର ପ୍ରଭାବ କ୍ରିକେଟ ଉପରେ ପଡ଼ିଥିବା ଦେଖାଯାଇଛି। ଆଇପିଏଲ ପାଇଁ ବାଂଲା କ୍ରିକେଟରଙ୍କୁ କିଣିଥିଲା କେକେଆର। ହେଲେ ବିବାଦ ପରେ ଆଜି ତାଙ୍କୁ ଦଳରୁ ବିଦା କରାଯାଇଛି। ଏବେ ବିସିସିଆଇ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି। ୨୦୨୬ରେ ଭାରତୀୟ ଟିମ୍ ମ୍ୟାଚ୍ ପାଇଁ ବାଂଲାଦେଶ ଗସ୍ତ କରିବାର ଯୋଜନା ଥିଲା। ଏବେ ଏହି ଗସ୍ତକୁ ବାତିଲ କରିଛି ବିସିସିଆଇ।
ସରକାରଙ୍କ ଅନୁମତି ପରେ ନିଆଯିବ ନିଷ୍ପତ୍ତି
ସୂଚନା ମିଳିଛି ଯେ, ବିସିସିଆଇ ଏବେ ଏହି ଗସ୍ତ ପାଇଁ ଭାରତ ସରକାରଙ୍କ ଅନୁମୋଦନ ଲୋଡ଼ିବ। ଭାରତ-ପାକିସ୍ତାନର ସମ୍ପର୍କ ଭଳି ଭାରତ-ବାଂଲାର ସମ୍ପର୍କ ହେବ ବୋଲି କୁହାଯାଉଛି। ପାକିସ୍ତାନ ସହ ସମ୍ପର୍କ ତିକ୍ତ ହେବା ପରେ ଏବେ ଦୁଇ ଦଳ କେବଳ ନିରପେକ୍ଷ ସ୍ଥାନରେ ବିଶ୍ୱସ୍ତରୀୟ ଇଭେଣ୍ଟଗୁଡ଼ିକରେ ପରସ୍ପର ସହିତ ଖେଳୁଛନ୍ତି। ତେଣୁ ବାଂଲା ସହିତ ମଧ୍ୟ ଭାରତ ଆଗକୁ କେବଳ ବିଶ୍ୱସ୍ତରୀୟ ଇଭେଣ୍ଟଗୁଡ଼ିକରେ ଖେଳିବ ବୋଲି ଚର୍ଚ୍ଚା ହେଉଛି।
୨୦୨୫ରେ ହେବାର ଥିଲା ସିରିଜ୍
ଭାରତ-ବାଂଲାଦେଶ ସିରିଜ୍ ୨୦୨୫ରେ ହେବା ବୋଲି ସ୍ଥିର ହୋଇଥିଲା। କିନ୍ତୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଡିସେମ୍ବରରେ ଭାରତ ଏବଂ ବାଂଲାଦେଶ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଏକ ସିରିଜ୍ ମଧ୍ୟ ସ୍ଥଗିତ ରଖାଯାଇଥିଲା। ଜଣେ ବିସିସିଆଇ ଅଧିକାରୀ କହିଛନ୍ତି, "ଆମେ ଗତବର୍ଷ ମଧ୍ୟ ବାଂଲାଦେଶ ଯାଇ ନଥିଲୁ। ବିସିବି ଏହାର ଅନ୍ତର୍ଜାତୀୟ କ୍ୟାଲେଣ୍ଡର ପ୍ରକାଶ କରିଛି। କିନ୍ତୁ ଏହା କଷ୍ଟକର ମନେ ହେଉଛି କାରଣ ଅନ୍ୟ କୌଣସି ଦେଶରେ ଖେଳିବା ପାଇଁ ଆମକୁ ଭାରତ ସରକାରଙ୍କ ଅନୁମୋଦନ ଆବଶ୍ୟକ। ଟି20ଆଇ ବିଶ୍ୱକପ୍ ପାଇଁ, ବାଂଲାଦେଶ ନିର୍ଦ୍ଧାରିତ ସମୟ ଅନୁସାରେ ଭାରତରେ ମ୍ୟାଚ୍ ଖେଳିବ।"
ଆହୁରି ପଢ଼ନ୍ତୁ: Husband Kills Wife: ବିବାହ ପରେ ୯ଟି ଛୁଆର ବାପା ହେଲା, ନୂଆବର୍ଷରେ ସ୍ତ୍ରୀକୁ ପିଟିପିଟି ମାରିଦେଲା ଅଭିଯୁକ୍ତ
Follow Us