ବଲିଉଡ୍‌ ପରେ କ୍ରିକେଟ୍‌ରେ #ମିଠୁ; ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ନାମରେ ଆସିଲା ଯୌନ ଶୋଷଣ ଅଭିଯୋଗ

ବଲିଉଡ୍‌ ପରେ କ୍ରିକେଟ୍‌ରେ #ମିଠୁ; ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ନାମରେ ଆସିଲା ଯୌନ ଶୋଷଣ ଅଭିଯୋଗ

ନୂଆଦିଲ୍ଲୀ: ସିନେ ଦୁନିଆ ପରେ ଏବେ କ୍ରିକେଟ୍‌ ଦୁନିଆକୁ ପ୍ରଭାବିତ କରିଛି #ମିଠୁ ଅଭିଯାନ। ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ(ବିସିସିଆଇ)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରାହୁଲ ଜୋହରି ହେଉଛନ୍ତି ଯୌନ ନିର୍ଯାତନା ମାମଲାର ନିକଟ ଅତୀତର ସବୁଠାରୁ ହାଇ ପ୍ରୋଫାଇଲ୍‌ର ଅଭିଯୁକ୍ତ। ୨୦୧୬ ମସିହାରୁ ଜୋହରି ବିସିସିଆଇର ସିଇଓ ଭାବେ କାର୍ଯ୍ୟରତ। ସେ ଡିସ୍‌କଭରି ଚ୍ୟାନେଲ୍‌ରେ କାର୍ଯ୍ୟ କରୁଥିବା ସମୟରେ ଜଣେ ମହିଳାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ ବୋଲି ତାଙ୍କ ନାମରେ ଅଭିଯୋଗ ଆସିଛି।

ମହିଳାଙ୍କ ସହ ରାହୁଲ ଜୋହର ଏପରି ଆଚରଣ କରିଥିବା କଥା ଆଉ ଜଣେ ମହିଳା ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ପୋଷ୍ଟ୍‍ କରିଛନ୍ତି। ଅସଲ କଥା ହେଲା ଯାହାଙ୍କ ସହ ଏପରି ଘଟିଛି ସେ ମହିଳା ଜଣକ ନିଜ ନାମ ପ୍ରକାଶ ନକରିବା ପାଇଁ ଅନୁରୋଧ କରିଛନ୍ତି। ଏପରିକି କୌଣସି ଗଣମାଧ୍ୟମ ସଂସ୍ଥା ତାଙ୍କ ଟୁଇଟ୍‌କୁ ଏମ୍‌ବେଡ୍‌ ନକରିବା ପାଇଁ ମଧ୍ୟ ପୀଡ଼ିତା ମହିଳାଙ୍କ ପକ୍ଷରୁ ନିବେଦନ ହୋଇଛି। କ୍ରିକେଟ୍‌ ଦୁନିଆରେ ଜୋହରି ହେଉଛନ୍ତି ପ୍ରଥମ #ମିଠୁ ଅଭିଯୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe