ଆଇପିଏଲ୍‌ର ଆଗାମୀ ଦୁଇ ସଂସ୍କରଣରେ ଡ୍ରିମ୍‌-୧୧କୁ ରଖିବାକୁ ବିସିସିଆଇ ଅନିଚ୍ଛୁକ

ଆଇପିଏଲ୍‌ର ଆଗାମୀ ଦୁଇ ସଂସ୍କରଣରେ ଡ୍ରିମ୍‌-୧୧କୁ ରଖିବାକୁ ବିସିସିଆଇ ଅନିଚ୍ଛୁକ

photo-iplt20

ନୂଆଦିଲ୍ଲୀ: ଗେମିଂ ପ୍ଲାଟଫର୍ମ 'ଡ୍ରିମ୍‌-୧୧' ୨୨୨ କୋଟି ଟଙ୍କାରେ ଆଇପିଏଲ୍‌ର ଚଳିତ ବର୍ଷ ସଂସ୍କରଣ ଲାଗି ମୁଖ୍ୟ ପ୍ରାୟୋଜକ ଅଧିକାର ହାସଲ କରିଛି। ହେଲେ ଆଗାମୀ ଦୁଇଟି ସଂସ୍କରଣ‌ରେ ଏହି ଦରରେ ଡ୍ରିମ୍‌-୧୧କୁ ରଖିବାକୁ ବିସିସିଆଇ ଅନିଚ୍ଛୁକ ଥିବା ଜଣାପଡ଼ିଛି। ମଙ୍ଗଳବାର ଆଇପିଏଲ୍‌ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଡ୍ରିମ୍‌-୧୧କୁ ଆଇପିଏଲ୍‌ର ମୁଖ୍ୟ ପ୍ରାୟୋଜକ ଅଧିକାର ମିଳିଛି ବୋଲି ଘୋଷଣା କରିଥିଲେ। ହେଲେ ବୋର୍ଡ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିବା ବିସିସିଆଇ ସୂତ୍ରରୁ ସୂଚନା ମିଳିଛି। ସୀମାରେ ଉତ୍ତେଜନା ଲାଗି ରହିଥିବାରୁ ଆଇପିଏଲ୍‌ର ମୁଖ୍ୟ ପ୍ର‌ାୟୋଜକ ଥିବା ଚୀନ୍‌ ମୋବାଇଲ ଫୋନ୍‌ ନିର୍ମାତା ଭିଭୋ (ବର୍ଷକୁ ୪୪୦ କୋଟି ଟଙ୍କା) ବାଦ୍‌ ପଡ଼ିଥିଲା। ଭିଭୋ ଓହରିବା ପରେ ବିସିସିଆଇ ଚଳିତ ବର୍ଷ ଲାଗି ନିଲାମ ପ୍ରକ୍ରିୟା ଆରମ୍ଭ କରିଥିଲା। ଡ୍ରିମ୍‌-୧୧ ଚଳିତ ବର୍ଷ ଲାଗି ଏହି ଅଧିକ‌ାର ପାଇଥିଲା। ଆଗାମୀ ଦୁଇ ବର୍ଷ ଯଦି ଭିଭୋ ଓହରି ଯାଏ ତେବେ ଡ୍ରିମ୍‌-୧୧କୁ ଏହି ଦୁଇ ବର୍ଷ ଲାଗି ବାର୍ଷିକ ୨୪୦ କୋଟି ଟଙ୍କା ଲେଖାଏଁ ଦେବାକୁ ବିସିସିଆଇ ସର୍ତ ରଖିଛି।

ପୂର୍ବରୁ ସ୍ପଷ୍ଟ ହୋଇଥିଲା କିଏ ମୁଖ୍ୟ ପ୍ରାୟୋଜକ ଅଧିକାର ପ‌ାଇବ। ଡ୍ରିମ୍‌-୧୧ ସର୍ବୋଚ୍ଚ ବିଡ୍ କରିଛି ଏବଂ ଅଧିକାର ପାଇବା ଲାଗି ଯୋଗ୍ୟ ବୋଲି ସରକାରୀ ଭାବେ ଘୋଷଣା ପୂର୍ବରୁ ସମସ୍ତେ ଜାଣିଗଲେଣି ବୋଲି ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତରେ କହିଛନ୍ତି। ଯଦି କେବଳ ଚଳିତ ବର୍ଷ ପାଇଁ ତେବେ ୨୨୨ କୋଟି ଟଙ୍କା ଠିକ୍‌ ଅଛି। ଭିଭୋ ସହିତ ଚୁକ୍ତି ଏବେ ବି ଅଛି। ଭିଭୋ କେବଳ ଗୋଟିଏ ବର୍ଷ ପାଇଁ ଓହରିଛି। ଯଦି ଆମେ ୪୪୦ କୋଟି ଟଙ୍କା ପାଉଛୁ, ତେବେ ୨୪୦ କୋଟି ଟଙ୍କାରେ କାହିଁକି ରାଜି ହେବୁ ବୋଲି ସେ କହିଛନ୍ତି। ସଂପ୍ରତି ଡ୍ରିମ୍‌-୧୧ ପାଖରେ ଦୁଇଟି ବିକଳ୍ପ ରହିଛି। ଗୋଟିଏ ବର୍ଷ କିମ୍ବା ୪ ମାସ ୧୩ ଦିନ ଲାଗି ୨୨୨ କୋଟି ଟଙ୍କାରେ ଚୁକ୍ତି କିମ୍ବା ୨୦୨୧ ଓ ୨୦୨୨ ପାଇଁ ପ୍ରସ୍ତବିତ ରାଶିକୁ ବୃଦ୍ଧି କରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe