Gautam Gambhir: ଗୌତମ ଗମ୍ଭୀରଙ୍କୁ ହଟାଯିବ ନାହିଁ, ୨୦୨୭ ପର୍ଯ୍ୟନ୍ତ ସେ କାର୍ଯ୍ୟଭାର ସମ୍ଭାଳିବେ: ବିସିସିଆଇ

ଦକ୍ଷିଣ ଆଫ୍ରିକା ବିରୋଧ‌ରେ ଟେଷ୍ଟ ସିରିଜ୍ ପରାଜୟ ପରେ ଚର୍ଚ୍ଚା ହୋଇଥିଲେ ମଧ୍ୟ, ବିସିସିଆଇ ସ୍ପଷ୍ଟ କରିଛି ଯେ ଗୌତମ ଗମ୍ଭୀର ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ଭାବେ କାମ ଜାରି ରଖିବେ। ଦଳର ଖରାପ ପ୍ରଦର୍ଶନ ନେଇ ଶୀଘ୍ର ତାଙ୍କ ସହ ଆଲୋଚନା ହେବ।

Gautam Gambhir

Gautam Gambhir Photograph: (sambad.in)

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପରାଜୟ ପରେ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରାଯାଉଥିଲା। ଗମ୍ଭୀର ଦାୟିତ୍ବ ନେବା ପରେ ଦଳ ସେତେଟା ଭଲ ପ୍ରଦର୍ଶନ କରିପାରିନଥିବାରୁ ତାଙ୍କୁ ବିସିସିଆଇ ପଦରୁ ହଟାଇ ଦେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ବିସିସିଆଇ ସ୍ପଷ୍ଟ କରିଛି ଯେ, ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ଭାବରେ କାମ ଜାରି ରଖିବେ।

ଗମ୍ଭୀରଙ୍କ ସହ ହେବ ଆଲୋଚନା

ସୂଚନା ମୁତାବକ, ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ସେ କାର୍ଯ୍ୟ ଜାରି ରଖିବେ। ବିସିସିଆଇ ଖେଳାଳି ଏବଂ ପ୍ରଶିକ୍ଷକଙ୍କ ଉପରେ ବିଶ୍ୱାସ ବଜାୟ ରଖିବ। ଏବେ ବିସିସିଆଇ, ଦଳର ଖରାପ ପ୍ରଦର୍ଶନ ବିଷୟରେ ଆଲୋଚନା କରୁଛି ଏବଂ ଖୁବ୍ ଶୀଘ୍ର ପ୍ରଶିକ୍ଷକଙ୍କ ସହ ଦଳର ପ୍ରଦର୍ଶନ ବିଷୟରେ ଆଲୋଚନା କରିବ। ଏହା ମଧ୍ୟ ସୂଚନା ମିଳିଛି ଯେ, ଗମ୍ଭୀରଙ୍କ ସହ ଦଳର ପ୍ରଦର୍ଶନରେ ଉନ୍ନତି ଆଣିବା ସମ୍ପର୍କରେ ପ୍ରଶିକ୍ଷକଙ୍କ ସହ ଆଲୋଚନା କରାଯିବ ଏବଂ ଆବଶ୍ୟକୀୟ ନିଷ୍ପତ୍ତି ନିଆଯିବ।

୨୦୨୭ରେ ପର୍ଯ୍ୟନ୍ତ ମିଳିବ ସୁଯୋଗ

ଭାରତ ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ଦ୍ୱିତୀୟ ଘରୋଇ ଟେଷ୍ଟ ସିରିଜ୍ ହାରିବା ପରେ ଗମ୍ଭୀରଙ୍କ ଭବିଷ୍ୟତ ବିଷୟକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଭିଭିଏସ ଲକ୍ଷ୍ମଣ ଗମ୍ଭୀରଙ୍କ ସ୍ଥାନ ନେଇ ଭାରତୀୟ ଟେଷ୍ଟ ଟିମ୍‌ର ପ୍ରଶିକ୍ଷକ ହୋଇପାରନ୍ତି। ଏସବୁ ଚର୍ଚ୍ଚା ମଧ୍ୟରେ ବିସିସିଆଇ ଗମ୍ଭୀରଙ୍କ ଉପରେ ବିଶ୍ୱାସ ରଖି ତାଙ୍କୁ ୨୦୨୭ ପର୍ଯ୍ୟନ୍ତ ସୁଯୋଗ ଦେବ ବୋଲି ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ: Winter session of the Legislative Assembly: ବିଧାନସଭାର ଶୀତ ଅଧିବେସନ ଆରମ୍ଭ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe