ଅମ୍ପାୟାରଙ୍କ ପାଇଁ ‘ଏ’+ ଗ୍ରେଡ୍ ଲାଗୁ କଲା ବିସିସିଆଇ

ବିଶ୍ବକପ୍‌ ପାଇଁ ୨୦ ଜଣଙ୍କୁ ବାଛିଲା ବିସିସିଆଇ: ‌ଖେଳାଳି ଚୟନ ପାଇଁ ‌ୟୋ ୟୋ ଟେଷ୍ଟ ଓ ଡେକ୍ସା ମାନଦଣ୍ଡ

Image Courtesy of DNA India

ନୂଆଦିଲ୍ଲୀ : ବିସିସିଆଇ ପ୍ରଥମ ଥର ପାଇଁ ଦେଶର ଅମ୍ପାୟାରଙ୍କ ପାଇଁ ‘ଏ’+ ଗ୍ରେଡ୍ ବ୍ୟବସ୍ଥା ପ୍ରଚଳନ କରିଛି। ଆଇସିସି ଏଲିଟ୍ ପ୍ୟାନେଲ୍‌ ସଦସ୍ୟ ନୀତିନ ମେନନଙ୍କ ସହ ୧୦ ଜଣ ଏଥିରେ ସାମିଲ ହୋଇଛନ୍ତି। ଏହି ଗ୍ରୁପ୍‌ରେ ଆଉ ୪ ଜଣ ଅନ୍ତର୍ଜାତୀୟ ଅମ୍ପାୟାର୍‌ ଅନିଲ ଚୌଧୁରୀ, ମଦନଗୋପାଳ ଜୟରମଣ, ବୀରେନ୍ଦର କୁମାର ଶର୍ମା ଏବଂ କେଏନ୍ ଅନନ୍ତପଦ୍ମନାଭନ ରହିଛନ୍ତି। ଅନ୍ୟ ସଦସ୍ୟ ହେଲେ-ରୋହନ ପଣ୍ଡିତ, ନିଖିଳ ପଟ୍ଟବର୍ଦ୍ଧନ, ସଦାଶିବ ଆୟର, ଉଲ୍ଲାସ ଗାନ୍ଧୀ ଏବଂ ନବଦୀପ ସିଂହ ସିଦ୍ଧୁ।

ସେହିଭଳି ସି ସାମସୁଦ୍ଦିନଙ୍କ ସହ ୨୦ ଜଣଙ୍କୁ ନେଇ ଗ୍ରୁପ୍‌ ‘ଏ’ ଗଠିତ ହୋଇଥିବା ବେଳେ ଗ୍ରୁପ୍‌ ‘ବି’ରେ ୬୦, ଗ୍ରୁପ୍‌ ‘ସି’ରେ ୪୬ ଓ ଗ୍ରୁପ୍‌ ‘ଡି’ରେ ୧୧ ଜଣ ରହିଛନ୍ତି। ‘ଏ’+ ଓ ‘ଏ’ ଶ୍ରେଣୀଭୁକ୍ତ ଅମ୍ପାୟାରଙ୍କୁ ଦୈନିକ ୪୦,୦୦୦ ଟଙ୍କା ମିଳିବ। ଗ୍ରୁପ୍‌ ‘ବି’ ଓ ‘ସି’ ଶ୍ରେଣୀଭୁକ୍ତଙ୍କୁ ଦୈନିକ ୩୦,୦୦୦ ଟଙ୍କାର ବ୍ୟବସ୍ଥା ରହିଛି। ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର୍‌ କେ ହରିହରନ୍‌, ସୁଧୀର ଅସନାନି ଏବଂ ଅମିଶ ସାହେବାଙ୍କୁ ନେଇ ଗଠିତ ବିସିସିଆଇ ଅମ୍ପାୟାରଙ୍କ ଉପସମିତି ଏସବୁ ଚୂଡାନ୍ତ କରିଛନ୍ତି। ଆଗାମୀ ଘରୋଇ ଋତୁରେ ମୋଟ ୧୮୩୨ ମ୍ୟାଚ୍‌ ଖେଳାଯିବ ବୋଲି ମଧ୍ୟ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe