ମହିଳା ଆଇପିଏଲ୍ ପାଇଁ ‘ଝରକା’‌ ଖୋଜୁଛି ବିସିସିଆଇ

ବିଶ୍ବକପ୍‌ ପାଇଁ ୨୦ ଜଣଙ୍କୁ ବାଛିଲା ବିସିସିଆଇ: ‌ଖେଳାଳି ଚୟନ ପାଇଁ ‌ୟୋ ୟୋ ଟେଷ୍ଟ ଓ ଡେକ୍ସା ମାନଦଣ୍ଡ

Image Courtesy of DNA India

ନୂଆଦିଲ୍ଲୀ : ଆଇପିଏଲ୍-୧୫ର ସଫଳ ଆୟୋଜନ ପରେ ଏକ ପୂର୍ଣ୍ଣାଙ୍ଗ ମହିଳା ଆଇପିଏଲ୍ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଛି। ଏଥିଲାଗି କେବଳ ଯାହା ସମୟ ବାହାର କରିବା ବାକି ଅଛି। ମହିଳା ଆଇପିଏଲ୍ ୬ ଦଳକୁ ନେଇ ଖେଳାଯିବ ବୋଲି ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହ ସୂଚନା ଦେଇସାରିଛନ୍ତି। ଏପରିକି ଆଇସିସି ଏବଂ ବିସିସିଆଇର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଭିତରେ ବର୍ଷର କେଉଁ ସମୟରେ ମହିଳା ଆଇପିଏଲ୍ ଆୟୋଜନ କରାଯିବ ସେ ନେଇ ବିସିସିଆଇ ବରିଷ୍ଠ ଅଧିକାରୀମା‌ନେ ପରସ୍ପର ସହ ଚର୍ଚ୍ଚା ଆରମ୍ଭ କରି ସାରିଲେଣି।

ଆଇପିଏଲ୍ ଫାଇନାଲ୍ ଅବସରରେ ଏଥିନେଇ ଏକ ବୈଠକ ବି ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସଂପ୍ରତି ଦୁଇଟି ଝରକା ଅର୍ଥାତ୍ ମାର୍ଚ୍ଚ/ଏପ୍ରିଲ କିମ୍ବା ସେପ୍ଟେମ୍ବର/ଅକ୍ଟୋବରରେ ଏହି ପ୍ରତୀକ୍ଷିତ ପ୍ରତିଯୋଗିତାର ଆୟୋଜନ କରିବାକୁ ଚିନ୍ତା କରୁଛି। ତେବେ ଏଥିନେଇ ଆଇସିସି ମଧ୍ୟ ମଞ୍ଜୁରି ଦେବା ଦରକାର। କାରଣ ଆଇପିଏଲ୍‌ ଭଳି ମହିଳା ଆଇପିଏଲ୍‌ରେ ମଧ୍ୟ ବିଭିନ୍ନ ଦେଶର ଖେଳାଳି ଖେଳିବେ। ସଂପ୍ରତି ବିସିସିଆଇ ଆଇପିଏଲ୍ ଶେଷ ଭାଗକୁ ମହିଳା ଚାଲେଞ୍ଜର୍ସ ଟ୍ରଫି ନାମରେ ଏକ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଆୟୋଜନ କରୁଛି। ହେଲେ ଏଥି‌ରେ ମାତ୍ର ତିନିଟି ଦଳ ଅଂଶଗ୍ରହଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe