ଆଇପିଏଲ୍‌ ଆୟୋଜନ ପାଇଁ ୟୁଏଇ କ୍ରିକେଟ୍ ବୋର୍ଡକୁ ବିସିସିଆଇ ପତ୍ର, ଭାରତ ସରକାରଙ୍କ ଅନୁମତିକୁ ଅପେକ୍ଷା

Advertisment
ୟୁଏଇ ପାଇଁ ଆନୁଷ୍ଠାନିକ ଅନୁମତି, ୧୮ ସୁଦ୍ଧା ଭିଭୋ ବିକଳ୍ପ ଘୋଷଣା

Image courtesy: tkbsen

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ୍‌ ଆସନ୍ତା ବର୍ଷକୁ ଘୁଞ୍ଚିବା ପରେ ସ୍ଥଗିତ ଥିବା ୨୦୨୦ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରିଛି। ବିସିସିଆଇ ଏମିରେଟ୍ସ କ୍ରିକେଟ୍‌ ବୋର୍ଡ (ଇସିବି)କୁ ଆୟୋଜନ ଲାଗି ପତ୍ର ଲେଖିଥିଲା। ଯାହାକୁ ଇସିବି ସୋମବାର ପାଇଥିବା ନେଇ ସ୍ପଷ୍ଟ କରିଛି।

ଆମେ ଆୟୋଜନ କରିବା ଲାଗି ପତ୍ର ପାଇଛୁ। ହେଲେ ଆୟୋଜନ ଲାଗି ଶେଷ ନିଷ୍ପତ୍ତି ପାଇଁ ଭାରତ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛୁ ବୋଲି ଇସିବି ସଚିବ ମୁବାସିସିର ଉସମାନି କହିଛନ୍ତି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ସୁରକ୍ଷିତ ଓ ଜୈବ ପରିବେଶରେ ଆୟୋଜନ ହେବାର ପ୍ରାୟ ନିଷ୍ପତ୍ତି ସରିଛି। ଏଥିଲାଗି ବିସିସିଆଇ ଓ ଇସିବି ପ୍ରସ୍ତୁତ ଚଲାଇଛି। ଖାଲି ବିଦେଶରେ ଆୟୋଜନ ଲାଗି ଭାରତ ସରକାରଙ୍କ ଅନୁମତି ଅପେକ୍ଷାରେ ରହିଛୁ। ମ୍ୟାଚ୍‌ଗୁଡ଼ିବ ଆବୁଧାବି, ଦୁବାଇ ଓ ସାରଜାରେ ଖେଳାଯିବ। ୨୦୧୪ ସଂସ୍କରଣକୁ ସଫଳତା ସହ ଆୟୋଜନ କରିଥିବାରୁ ବିସିସିଆଇ ୨୦୨୦ ଆଇପିଏଲ୍‌କୁ ଏଠାରେ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଉସ୍‌ମାନି କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୪ ଆଇପିଏଲ୍‌ର ପ୍ରଥମ ୨୦ଟି ମ୍ୟାଚ୍‌ ୟୁଏଇର ୩ ଷ୍ଟାଡିୟମ ଆବୁଧାବିର ସେଖ୍‌ ଜାଏଦ କ୍ରିକେଟ୍‌ ଷ୍ଟାଡିୟମ, ଦୁବାଇର ଦୁବାଇ ଇଣ୍ଟରନ୍ୟାସ୍‌ନାଲ କ୍ରିକେଟ୍‌ ଷ୍ଟାଡିୟମ ଓ ସାରଜାର ସାରଜା କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ଭାରତରେ ସାଧାରଣ ନିର୍ବାଚନ ଥିବାରୁ ବିସିସିଆଇ ଏହାକୁ ୟୁଏଇକୁ ସ୍ଥାନାନ୍ତରିତ କରିଥିଲା। ପ୍ରଥମ ୨୦ ମ୍ୟାଚ୍‌ ପରେ ଭାରତରେ ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକ ଖେଳା ଯାଇଥିଲା। ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ସଂସ୍କରଣର ଫାଇନାଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ୩ ୱିକେଟ୍‌ ହରାଇ କୋଲ୍‌କାତା ନାଇଟ୍‌ ରାଇଡର୍ସ ବିଜେତା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe