ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚକୁ ପୁଣି ଥରେ ଆୟୋଜନ କରିବା ପାଇଁ ଇସିବିକୁ ପ୍ରସ୍ତାବ ଦେଲା ବିସିସିଆଇ

Advertisment
ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚକୁ ପୁଣି ଥରେ ଆୟୋଜନ କରିବା ପାଇଁ ଇସିବିକୁ ପ୍ରସ୍ତାବ ଦେଲା ବିସିସିଆଇ

WION

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ୍ ପାଇଁ କ୍ରିକେଟ୍ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। କିନ୍ତୁ ମଞ୍ଚେଷ୍ଟରରେ ଆୟୋଜିତ ହେବାକୁ ଥିବା ଏହି ମ୍ୟାଚର ମଜାକୁ କରୋନା ଭୂତାଣୁ ନଷ୍ଟ କରିଦେଇଛି। ଭାରତୀୟ ଦଳର ସହକାରୀ ‘ଫିଜିଓଥେରାପିଷ୍ଟ୍‌’ ଯୋଗେଶ ପରମର କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେବା ପରେ ପଞ୍ଚମ ମ୍ୟାଚ୍ ବାତିଲ କରାଯାଇଛି।

BCCI Donates Rs 10 Crore For Indian Olympic-Bound Athletes' Preparations | Olympics News NDTV Sports

ତେବେ ପଞ୍ଚମ ମ୍ୟାଚ୍ ବାତିଲ ହେବା ପରେ ଏବେ ବିସିସିଆଇ ପୁଣି ଥରେ ମ୍ୟାଚର ଆୟୋଜନ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ବିସିସିଆଇ ଏବଂ ଇସିବି ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି। ଏବେ କରୋନା ଭୂତାଣୁ ପାଇଁ ମ୍ୟାଚ ବାତିଲ ହୋଇଥିଲେ ମଧ୍ୟ ବିସିସିଆଇ ବାତିଲ ହୋଇଥିବା ଟେଷ୍ଟ ମ୍ୟାଚକୁ ପୁଣି ଥରେ କରିବା ପାଇଁ ଇସିବିକୁ ପ୍ରସ୍ତାବ ଦେଇଛି। ଏହି ସମସ୍ୟାର ସମାଧାନ ଦୁଇଟି ବୋର୍ଡ ମିଶି ଖୋଜିବ ବୋଲି କହିଛି ବିସିସିଆଇ। ଏହା ସହ ମ୍ୟାଚ୍ ବାତିଲ କରିଥିବାରୁ ପ୍ରଶଂସକଙ୍କୁ କ୍ଷମା ମାଗିଛି ବିସିସିଆଇ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe