ଏକ ଯୁଗର ସମାପ୍ତି ଘଟିଲା; ବିରାଟଙ୍କ ଅବସରକୁ ନେଇ ବିସିସିଆଇ ଦେଲା ପ୍ରତିକ୍ରିୟା

dq

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା, ତାହା ସତ ହେଲା। ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଉଥିବା ଘୋଷଣା କରିଛନ୍ତି। କୋହଲିଙ୍କ ଅବସର ସହିତ, ଏକ ଯୁଗର ଅନ୍ତ ଘଟିଛି।

ବିରାଟଙ୍କ ବଡ଼ ନିଷ୍ପତ୍ତି ପରେ ଏବେ ବିସିସିଆଇର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବିସିସିଆ ଏକ୍ସରେ ପୋଷ୍ଟ କରି ଲେଖିଛି ଯେ, , "ଧନ୍ୟବାଦ ବିରାଟ କୋହଲି। ଟେଷ୍ଟ କ୍ରିକେଟରେ ଏକ ଯୁଗର ସମାପ୍ତି ଘଟିଲା। କିନ୍ତୁ ସେ ଛାଡ଼ିଯାଇଥିବା ପରମ୍ପରା ସବୁଦିନ ପାଇଁ ବଜ‌ାୟ ରହିବ। ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି। ଟିମ୍ ଇଣ୍ଡିଆ ପ୍ରତି ତାଙ୍କର ଅବଦାନ ସର୍ବଦା ମନେ ରହିବ!"

ଏହା ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଏବେ ବିରାଟ କୋହଲି ମଧ୍ୟ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି। ଇଂଲଣ୍ଡ ଗସ୍ତ ପୂର୍ବରୁ ଦୁହେଁ ଟେଷ୍ଟରୁ ଅବସର ନେବା ପରେ ଏବେ ଟେଷ୍ଟ କ୍ରିକେଟରେ ଭାରତର ଭବିଷ୍ୟତ କ’ଣ ହେବ, ସେ ନେଇ ଚର୍ଚ୍ଚା ଚାଲିଛି। ଭାରତୀୟ ଦଳ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତ କରିବାର ପଡିବ। ଟିମ୍ ଇଣ୍ଡିଆ ଇଂଲଣ୍ଡରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଜୁନ୍ ୨୦ରୁ ଆରମ୍ଭ ହେବ। ଏହା ପୂର୍ବରୁ କିଏ ଦଳର ନେତୃତ୍ବ ନେବ ଏବଂ ଦଳ କିଭଳି ପ୍ରଦର୍ଶନ କରିବ ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe