କ୍ରିକେଟ୍‌କୁ ନଷ୍ଟ କରି ପାରେ ବିସିସିଆଇ ସଂସ୍କାର: ଶରଦ ପାଓ୍ଵାର

କ୍ରିକେଟ୍‌କୁ ନଷ୍ଟ କରି ପାରେ ବିସିସିଆଇ ସଂସ୍କାର: ଶରଦ ପାଓ୍ଵାର

Image Courtesy of TOI

ନୂଆଦିଲ୍ଲୀ: ବର୍ଷିୟାନ୍‌ ରାଜନୀତିଜ୍ଞ, କ୍ରୀଡ଼ା ପ୍ରଶାସକ ଏବଂ ଆଇସିସିର ଓ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୁପ୍ରମ୍‌ କୋର୍ଟଙ୍କୁ କହିଛନ୍ତି ଯେ ସଂସ୍କାର କରିବାର ମାତ୍ରାଧିକ ଉଦ୍ଦୀପନା କ୍ରିକେଟ୍‌ ଖେଳକୁ ନଷ୍ଟ କରି ଦେଇ ପାରେ। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ବିସିସିଆଇର ଡ୍ରାଫ୍‌ଟ୍‌ କରୁଥିବା କମିଟି ଅଫ୍‌ ଆଡ୍‌ମିନିଷ୍ଟ୍ରାଟର୍‌ ଲୋଧା ପାନେଲ୍‌ ସୁପାରିସକୁ ଢେର୍‌ ବଳି ପଡ଼ିଛନ୍ତି।

ନିଜର ପରିଚୟ ଉପସ୍ଥାପନ କରି ପାଓ୍ଵାର୍‌ କହିଲେ: ଜଣେ ବର୍ଷିୟାନ୍‌ କ୍ରିକେଟ୍‌ ପ୍ରଶାସକ ଭାବେ ଆବେଦନକାରୀ ଦେଶରେ କ୍ରିକେଟ୍‌ ପ୍ରଶାସନକୁ ବିକଶିତ କରିବା ଏବଂ ରୂପରେଖ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କେବଳ ଅତି ସାଧାରଣ ଅବସ୍ଥାରୁ ବୋର୍ଡର ଉତ୍ଥାନ ଦେଖିବା ନୁହେଁ, ତା’ର ବିକାଶରେ ଉଲ୍ଲେଖଯୋଗ୍ୟ ଭୂମିକା ନିର୍ବାହ କରିଥିବା ଲୋକମାନଙ୍କ ମଧ୍ୟରେ ସେ ଅନ୍ୟତମ। ତାଙ୍କରି ନେତୃତ୍ୱରେ ହିଁ ପ୍ରଥମେ ପୂର୍ବତନ ଖେଳାଳିମାନଙ୍କ ଲାଗି ପେନ୍‌ସନ୍‌ ଯୋଜନା ଲାଗୁ ହୋଇଥିଲା ଏବଂ ମହିଳା କ୍ରିକେଟ୍‌ ଦଳକୁ ବୋର୍ଡ ଅଧୀନକୁ ଅଣାଯାଇଥିଲା। ତାଙ୍କରି ଅମଳରେ ହିଁ ବିଶ୍ୱର ସବୁଠୁ ସଫଳ ଟୁର୍ଣ୍ଣାମେଣ୍ଟ୍‌ ଆଇପିଏଲ୍‌ କଥା ଚିନ୍ତା କରାଯାଇଥିଲା।

ଗୋଟିଏ ରାଜ୍ୟ ଗୋଟିଏ ଭୋଟ୍‌ ବ୍ୟବସ୍ଥା ବିରୋଧରେ ଯୁକ୍ତି ବାଢ଼ି ଏନ୍‌ସିପି ମୁଖ୍ୟ କହିଲେ: ଗ୍ରହୀତ ହୋଇଥିବା ସୁପାରିସ- ଗୋଟିଏ ରାଜ୍ୟର କେବଳ ଗୋଟିଏ ଆସୋସିଏସନ୍‌ ରହିବା କଥାଟି ନିଶ୍ଚୟ ବିସିସିଆଇ ଆସୋସିଏସନ୍‌ ସଦସ୍ୟଙ୍କର ଅଧିକାର ଉଲ୍ଲଙ୍ଘନ।
ଉଭୟ ଖେଳାଳିଙ୍କ ସଂଖ୍ୟା ଏବଂ ଭିତ୍ତିଭୂମି ଯୋଗାଇ କ୍ରିକେଟ୍‌ ଖେଳର ବିକାଶ ନିମନ୍ତେ ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ର ସମୃଦ୍ଧ ଅବଦାନର ଉଦାହରଣ ଦେଇ ପାଓ୍ଵାର୍‌ କହିଲେ ଗୋଟିଏ ରାଜ୍ୟ ଗୋଟିଏ ଭୋଟ୍‌ ନାମରେ ବିସିସିଆଇରେ ଏମ୍‌ସିଏକୁ ଭୋଟ୍‌ ଦେବା ଅଧିକାରରୁ ବଞ୍ଚିତ କରିବା ବୋର୍ଡ ପରିଚାଳନା କରିବାରେ ସ୍ୱଚ୍ଛତା ଆଣି ଦେବ ନାହିଁ।

୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ବିଶେଷ କ୍ରିକେଟ୍‌ ପ୍ରଶାସନ ଛାଡ଼ନ୍ତୁ ବୋଲି ଲୋଧା କମିଟିର ସୁପାରିସକୁ ଉଚ୍ଚତମ ନ୍ୟାୟାଳୟ ଗ୍ରହଣ କରିବା ପରେ ୨୦୧୬ରେ ପାଓ୍ଵାର୍‌ ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe