ଆଇଏମ୍‌ଜି ସହ ସଂପର୍କ ଛିନ୍ନ କଲା ବିସିସିଆଇ

ବାର୍ଷିକ ଆଇସିସି ମାନ୍ୟତା: ଭାରତ ଟ୍ବେଣ୍ଟି-୨୦ ଶୀର୍ଷରେ

Webdunia

ମୁମ୍ବାଇ : ଆଇଏମ୍‌ଜି (ଇଣ୍ଟରନ୍ୟାସ୍‌ନାଲ ମ୍ୟାନେଜମେଣ୍ଟ ଗ୍ରୁପ୍‌) ସହିତ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଦୀର୍ଘ ୧୩ ବର୍ଷର ସଂପର୍କ ଛିନ୍ନ କରିଛି। ଏଥି ସହିତ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ମଧ୍ୟ ଆଇଏମ୍‌ଜିଠାରୁ ସଂପର୍କ ତୁଟାଇଛି। ବିସିସିଆଇ ଏନେଇ ଚଳିତ ସପ୍ତାହରେ ୟୁକେ (ସଂଯୁକ୍ତ ରାଷ୍ଟ୍ର) ଭିତ୍ତିକ ସଂପୃକ୍ତ କଂପାନିକୁ ଆନୁଷ୍ଠାନିକ ଭାବେ ଚିଠି ଲେଖି ଜଣାଇଦେବା ପରେ ସଂପର୍କ ଛିନ୍ନ ହେବା ନିଶ୍ଚିତ ହୋଇଯାଇଛି। ୨୦୦୭-୦୮ରୁ ଆଇପିଏଲ୍‌ ପାଇଁ ଏହି କଂପାନି ଚୁକ୍ତିବଦ୍ଧ ହୋଇ ସେବେଠାରୁ ଅଂଶବିଶେଷ ହୋଇ ରହିଆସିଥିଲା। ବିସିସିଆଇ ମଧ୍ୟ ବର୍ଷ ବର୍ଷ ଧରି ଆଇପିଏଲ୍‌ ପରିଚାଳନା ଦିଗରେ ପ୍ରଭୂତ ଅଭିଜ୍ଞତା ହାସଲ କରିବା ସାଙ୍ଗକୁ ଏହି ଟ୍ବେଣ୍ଟି-୨୦ ଲିଗ୍‌ରେ ବିଶ୍ବସ୍ତରର ଦଳ ଗଠନ କରିପାରିଥିଲା।

ପୂର୍ବତନ ବିସିସିଆଇ ସଭାପତି ଏବଂ ତତ୍‌କାଳୀନ ଆଇପିଏଲ୍‌ କମିସନର ଲଳିତ ମୋଦିଙ୍କ କାର୍ଯ୍ୟକାଳ ସମୟରୁ ହିଁ ଆଇଏମ୍‌ଜି ଟି-୨୦ ଲିଗ୍‌ ପରିଚାଳନା କରିଆସୁଥିଲା। ପରେ ଏହି କଂପାନି ସହ ବାର୍ଷିକ ଚୁକ୍ତିକୁ ୩୩ କୋଟିକୁ ମୋଦି ବୃଦ୍ଧି କରିଥିଲେ। ୨୦୧୭ରେ ବିସିସିଆଇ ଆଇଏମ୍‌ଜିକୁ ୪୦ ପ୍ରତିଶତ ଚୁକ୍ତି ଅର୍ଥ ବଢ଼ାଇଥିଲା। ଯାହା ଫଳରେ ସଂପୃକ୍ତ କଂପାନିକୁ ବାର୍ଷିକ ୧୨ କୋଟି ଅଧିକ ଦେବାକୁ ପଡ଼ିଥିଲା। ଗତ ମାସରେ ଆଇଏମ୍‌ଜିର ବରିଷ୍ଠ ଉପାଧ୍ୟକ୍ଷ ଏବଂ ବ୍ୟାବସାୟିକ ମୁଖ୍ୟ କାଥେରିନେ ସିମ୍ପ୍‌ସନ୍‌ ପଦତ୍ୟାଗ କରିବା ପରେ ଅଡ଼ୁଆ ସୃଷ୍ଟି ହୋଇଥିଲା। ବାରମ୍ବାର ବାର୍ଷିକ ଚୁକ୍ତି ରାଶି ବୃଦ୍ଧି କରୁଥିବାରୁ ବିସିସିଆଇ ସହିତ ତାଙ୍କର ମତାନ୍ତର ଯୋଗୁଁ ସେ ଇସ୍ତଫା ଦେଇଥିବା ସିମ୍ପ୍‌ସନ୍‌ କହିଥିଲେ। ଫଳରେ ଏବେ ଆଇଏମ୍‌ଜିଠାରୁ ଅଲଗା ହେବାର ବେଳ ଆସିଛି ବୋଲି ବିସିସିଆଇ ସୂତ୍ରରୁ କୁହାଯାଇଛି। ପ୍ରଥମେ ବାର୍ଷିକ ୨୭ କୋଟିରେ ୧୦ ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଥିବା ଆଇଏମ୍‌ଜି ପରବର୍ତୀ ସମୟରେ ୨୦୧୭ରେ ଆଉ ୫ ବର୍ଷ ପାଇଁ ଚୁକ୍ତି ବଜାୟ ରଖିଥିଲା। ଏବେ ଚୁକ୍ତି ମିଆଦ ପୂରିବାକୁ ଆଉ ୨ ବର୍ଷ ରହିଥିଲେ ମଧ୍ୟ ବିସିସିଆଇ ସଂପର୍କ ଛିନ୍ନ କରିବା ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe