ଭାରତର ପାକିସ୍ତାନ ଗସ୍ତ ସମ୍ପର୍କରେ ବିସିସିଆଇ ଆଗ ନିଷ୍ପତ୍ତି ନେଉ: ଅନୁରାଗ ଠାକୁର

Advertisment
ଟେଷ୍ଟ୍‌ ମାନ୍ୟତାରେ ଭାରତ ୧ ନମ୍ବର

bcci

ନାଗପୁର: ଦିନିକିଆ ବିଶ୍ବକପ୍‌ ପୂର୍ବରୁ ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନରେ ଏସିଆ କପ୍‌ ହେବାର ରହିଛି। ସୁରକ୍ଷା ଦୃଷ୍ଟିରୁ ଏହି ପ୍ରତିଯୋଗିତାରେ ଭାରତର ଅଂଶଗ୍ରହଣ ନେଇ ବିଭିନ୍ନ ଆଲୋଚନା ହେଉଛି। ଗତ ବର୍ଷ ଅକ୍ଟୋବରରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ଏସିଆ କପ୍‌ରେ ଭାରତୀୟ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତ ସଂକ୍ରାନ୍ତୀୟ ନିଷ୍ପତ୍ତି କ୍ରୀଡ଼ା ମନ୍ତ୍ରାଳୟ ନେବ। କିନ୍ତୁ ଏବେ ଶ୍ରୀ ଠାକୁର ନିଜ ମତ ବଦଳାଇ ଏହି ନିଷ୍ପତ୍ତି ବିସିସିଆଇ ଉପରେ ଛାଡ଼ିଛନ୍ତି। ନାଗପୁରରେ ଏକ କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେବା

ଅବସରରେ ଶ୍ରୀ ଠାକୁରଙ୍କୁ ପ୍ରଶ୍ନ ହୋଇଥିଲା ଯେ ପାକିସ୍ତାନରେ ସେପ୍ଟେମ୍ବରରେ ହେବାକୁଥିବା ଏସିଆ କପ୍‌ରେ ଭାରତ ଭାଗ ନେବ କି? ଏହା ଉତ୍ତରରେ ସେ କହିଥିଲେ ଯେ ଏସିଆ କପ୍‌ରେ ଭାରତ ଅଂଶଗ୍ରହଣ ନେବା ନିଷ୍ପତ୍ତି ପ୍ରଥମେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ପରିଷଦ (ବିସିସିଆଇ)ର, ଏହା ପରେ କ୍ରୀଡ଼ା ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe