ଆଇପିଏଲର ଅବଶିଷ୍ଟ ମ୍ୟାଚଗୁଡ଼ିକ ଖେଳା ନହେଲେ ୨୫୦୦ କୋଟିର କ୍ଷତି ସହିବୁ : ଗାଙ୍ଗୁଲି

ଗାଙ୍ଗୁଲି ଆଇସିସି କ୍ରିକେଟ୍ କମିଟି ଅଧ୍ୟକ୍ଷ: ୯ ବର୍ଷ ପରେ କୁମ୍ବଲେଙ୍କ କାର୍ଯ୍ୟକାଳ ଶେଷ

The Indian Express

ନୂଆଦିଲ୍ଲୀ : ଚଳିତ ବର୍ଷ ଆଇପିଏଲ ଅଧାରୁ ବନ୍ଦ ହେବାକୁ ନେଇ ମୁହଁ ଖୋଲିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ସେ କହିଛନ୍ତି ଯ଼େ ଆଇପିଏଲର ବାକି ମ୍ୟାଚଗୁଡ଼ିକ ଯ଼ଦି ଖେଳା ନଯ଼ିବ ତେବେ ବିସିସିଆଇ ପ୍ରାୟ ୨୫୦୦ କୋଟି ଟଙ୍କାର କ୍ଷତି ସହିବ । ତେବେ ଏହା ପ୍ରାରମ୍ଭିକ ଆକଳନ, କ୍ଷତି ପରିମାଣ ଆହୁରି ଅଧିକ ହୋଇପାରେ ବୋଲି ସେ କହିଛନ୍ତି ।

ତେବେ ଚଳିତ ବର୍ଷ ଶେଷ ଭାଗ ବେଳକୁ ଅବଶିଷ୍ଟ ମ୍ୟାଚଗୁଡ଼ିକୁ ଆୟୋଜନ କରିବାକୁ ବିଚାର କରାଯ଼ାଉଛି । ବିଶେଷକରି ଟି୨୦ ବିଶ୍ବକପ ପୂର୍ବରୁ କୌଣସି ଏକ ସମୟରେ ଏଗୁଡ଼ିକୁ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯ଼ାଇଛି । ଏଥିପାଇଁ ଅନ୍ୟ ଦେଶର କ୍ରିକେଟ ବୋର୍ଡମାନଙ୍କ ସହ ଆଲୋଚନା କରାଯ଼ାଉଛି ।

କେତେକ ଖେଳାଳୀ ଓ ସହାୟକ କର୍ମଚାରୀ କରୋନା ପଜିଟିଭ ହେବା ପରେ ଗତ ୪ ତାରିଖରେ ଆଇପିଏଲକୁ ସ୍ଥଗିତ ରଖାଯ଼ାଇଥିଲା । କୋଲକାତା ନାଇଟ ରାଇଡର୍ସର ୨ ଜଣ, ହାଇଦ୍ରାବାଦ ଓ ଦିଲ୍ଲୀ ଦଳର ଜଣେ ଲେଖାଏଁ ଖେଳାଳି ପଜିଟିଭ ବାହାରିଥିଲେ । ସେହିପରି ଚେନ୍ନାଇର କୋଚ, ସିଇଓ ମଧ୍ୟ ପଜିଟିଭ ବାହାରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe