ବିସିସିଆଇ ଚାମ୍ପିଅନ୍ସ ଟ୍ରଫି, ଟ୍ବେଣ୍ଟି-୨୦ ଓ ଏକଦିବସୀୟ ବିଶ୍ବକପ୍ ପାଇଁ ବିଡ୍ ଦାଖଲ କରିବ

Advertisment

ଆଇସିସି ସୀମିତ ଓଭର ପ୍ରତିଯୋଗିତା ପାଇଁ ୧୭ ଦେଶ ଆଗ୍ରହୀ

ଆଇସିସି ସୀମିତ ଓଭର ପ୍ରତିଯୋଗିତା ପାଇଁ ୧୭ ଦେଶ ଆଗ୍ରହୀ

ବାର୍ଷିକ ଆଇସିସି ମାନ୍ୟତା: ଭାରତ ଟ୍ବେଣ୍ଟି-୨୦ ଶୀର୍ଷରେ

Webdunia

ଦୁବାଇ: ୨୦୨୪ରୁ ଆରମ୍ଭ ହେଉଥିବା ଆଇସିସିର ୮ ବର୍ଷୀୟା ନୂଆ ପ୍ରତିଯୋଗିତା ଚକ୍ରରେ ଖେଳାଯିବାକୁ ଥିବା ବିଭିନ୍ନ ସୀମିତ ଓଭର ବା ଧଳା ବଲ୍ କ୍ରିକେଟ୍ ପ୍ରତିଯୋଗିତାର ଆୟୋଜକ ହେବାକୁ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସହ ୧୭ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ୨୦୩୧ ମଧ୍ୟରେ ଖେଳାଯିବାକୁ ଥିବା ବିଭିନ୍ନ ଆଇସିସି ପ୍ରତିଯୋଗିତା ମଧ୍ୟରୁ ତିନିଟିକୁ ଆୟୋଜନ କରିବା ଲାଗି ବିଡ୍ ଦାଖଲ କରିବା ଲାଗି ବିସିସିଆଇ ନିଷ୍ପତ୍ତି ନେଇ ସାରିଛି। ଗତମାସରେ ବସିଥିବା ବୋର୍ଡର ଜରୁରୀକାଳୀନ ଆପେକ୍ସ କାଉନସିଲ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ୨୦୨୪ରୁ ୨୦୩୧ ମଧ୍ୟରେ ଗୋଟିଏ ଲେଖାଏଁ ଚାମ୍ପିଅନ୍ସ ଟ୍ରଫି, ଟ୍ବେଣ୍ଟି-୨୦ ବିଶ୍ବକପ୍ ଓ ଏକଦିବସୀୟ ବିଶ୍ବକପ୍ ଆୟୋଜନ କରିବାକୁ ଚେଷ୍ଟା କରିବ ବିସିସିଆଇ। ହେଲେ ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ୨୦୨୩ ମସିହା ପରେ ନିଆଯିବ ବୋଲି ସଙ୍କେତ ଦେଇଛି ଆଇସିସି।

ଏକଦିବସୀୟ ବିଶ୍ବକପ୍, ଟ୍ବେଣ୍ଟି-୨୦ ବିଶ୍ବକପ୍ ଓ ଚାମ୍ପିଅନ୍ସ ଟ୍ରଫି ଛଡ଼ା‌ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍, ମହିଳା ଏବଂ ୧୯ ବର୍ଷରୁ କମ୍ ଆଇସିସି ପ୍ରତିଯୋଗିତା ଲାଗି ପୃଥକ ଭାବେ ଚଳିତବର୍ଷ ଶେଷ ଆଡ଼କୁ ନିଷ୍ପତ୍ତି ନିଆଯିବା ଆରମ୍ଭ ହେବ। ୨୦୨୪-୩୧ ଭିତରେ ୮ ପୁରୁଷ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଖେଳାଯିବ। ସେଥିମଧ୍ୟରେ ୨ଟି ଦିନିକିଆ ବିଶ୍ବକପ୍, ୪ଟି ଟ୍ବେଣ୍ଟି-୨୦ ବିଶ୍ବକପ୍ ଓ ୨ଟି ଆଇସିସି ଟ୍ରଫି ଆୟୋଜିତ ହେବ। ଏଥିଲାଗି ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ଆୟର୍ଲାଣ୍ଡ, ମାଲେସିଆ, ନାମିବ୍ୟା, ନ୍ୟୁଜିଲାଣ୍ଡ, ଓମାନ, ପାକିସ୍ତାନ, ସ୍କଟଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍, ୟୁଏଇ, ଆମେରିକା ଓ ଜିମ୍ବା‌ୱେ ପ୍ରାରମ୍ଭିକ ଆଗ୍ରହ ପତ୍ର ଦାଖଲ କରି ସାରିଥିବା ଜଣାପଡ଼ିଛି। ପ୍ରତିଯୋଗିତା ଆୟୋଜନ କରିବା ଲାଗି ସଦସ୍ୟ ଦେଶଗୁଡ଼ିକ ଦେଖାଇଥିବା ଅହେତୁକ ଆଗ୍ରହ ଆମକୁ ଆନନ୍ଦିତ କରିଛି ବୋଲି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଜେଫ୍ ଆଲାରଡାଇସ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe