ଉଚ୍ଚତମ ନ୍ୟାୟାଳୟ ଶୁଣାଣି ସ୍ଥଗିତ:ବିସିସିଆଇ ବନାମ ଲୋଧା

ଉଚ୍ଚତମ ନ୍ୟାୟାଳୟ ଶୁଣାଣି ସ୍ଥଗିତ:ବିସିସିଆଇ ବନାମ ଲୋଧା

ନୂଆଦିଲ୍ଲୀ: ବିସିସିଆଇ ଓ ଲୋଧା ସମିତି ମଧ୍ୟରେ ଚାଲିଥିବା ଆଇନଯୁଦ୍ଧ ଆହୁରି ଅନେକ ଦିନ ଚାଲିବ। ଏହାର ସଂକେତ ସୋମବାର ମିଳିଛି। ଉଚ୍ଚତମ ନ୍ୟାୟାଳୟ ଏହି ମାମଲାର ଶୁଣାଣିକୁ ନଭେମ୍ବର ୨୯ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଲୋଧା ସମିତି ଦେଇଥିବା ସୁପାରିସକୁ ବିସିସିଆଇ ପୂର୍ଣ୍ଣତାର ସହ ଲାଗୁ କରୁ ନଥିବା ଅଭିଯୋଗ ନେଇ ଉଚ୍ଚତମ ନ୍ୟାୟାଳୟରେ ମାମଲା ଦାୟର ହେବା ପରେ ଏହାର ଶୁଣାଣି ଗତ କିଛି ମାସ ହେବ ଚାଲିଛି। ପୂର୍ବତନ ସିଏଜି ବିନୋଦ ରାଏଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଶାସନିକ ସମିତି ଗତ ଶୁକ୍ରବାର ବିସିସିଆଇର ନୂଆ ସମ୍ବିଧାନର ଏକ ଚିଠା ଉଚ୍ଚତମ ନ୍ୟାୟାଳୟରେ ଦାଖଲ କରିଥିଲେ।

ସୋମବାର ଏହି ଚିଠା ସମ୍ବିଧାନର ତର୍ଜମା କରି ଉଚ୍ଚତମ ନ୍ୟାୟାଳୟ ତାଙ୍କ ନିର୍ଦେଶ ଦେବାର ଥିଲା। ହେଲେ ଉଚ୍ଚତମ ନ୍ୟାୟାଳୟ ମାମଲାକୁ ସ୍ଥଗତ ରଖିବା ସହ ପରବର୍ତୀ ଶୁଣାଣି ନଭେମ୍ବର ୨୯ରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଫଳରେ ସେହିଦିନ ହିଁ ଚିଠା ସମ୍ବିଧାନର ସମୀକ୍ଷା ହୋଇ ପାରିବ ବୋଲି ଜଣା ପଡ଼ିଛି। ଲୋଧା ସମିତି ସୁପାରିସକୁ ପୂର୍ଣ୍ଣ ଭାବେ ଲାଗୁ କରୁନଥିବାରୁ ଗତ ଅଗଷ୍ଟରେ ଉଚ୍ଚତମ ନ୍ୟାୟାଳୟ ବିସିସିଆଇକୁ ତୀବ୍ର ସମାଲୋଚନା କରିଥିଲେ। ଏପରିକି ନ୍ୟାୟାଳୟ ବିସିସିଆଇର ବରିଷ୍ଠ କର୍ମକର୍ତା ସିକେ ଖାନ୍ନା (କାମଚଳା ସଭାପତି), ଅମିତାଭ ଚୌଧୁରୀ (କାମଚଳା ସଂପାଦକ) ଏବଂ ଅନିରୁଦ୍ଧ ଚୌଧୁରୀ (କୋଷାଧ୍ୟକ୍ଷ)ଙ୍କୁ ନୋଟିସ୍‌ ଜାରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe