ବିସିସିଆଇ ଏଜିଏମ୍‌ ୩୦ ସୁଦ୍ଧା ସମ୍ଭବ ନୁହେଁ

Advertisment
ବାର୍ଷିକ ଆଇସିସି ମାନ୍ୟତା: ଭାରତ ଟ୍ବେଣ୍ଟି-୨୦ ଶୀର୍ଷରେ

Webdunia

ନୂଆଦିଲ୍ଲୀ : ବିସିସିଆଇର ପ୍ରସ୍ତାବିତ ଏଜିଏମ୍‌ କରୋନା ମହାମାରୀ ଯୋଗୁଁ ଚଳିତ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସମ୍ଭବ ହେବନାହିଁ। ବୋର୍ଡ ବୈଠକ ଆୟୋଜନ କରିବା ନେଇ ସକ୍ଷମ ନୁହେଁ ବୋଲି ବିସିସିଆଇ ସଂପାଦକ ଜୟ ଶାହ ଶୁକ୍ରବାର ସମସ୍ତ ରାଜ୍ୟ ସଂଘମାନଙ୍କୁ ଚିଠି ଲେଖି ଜଣାଇ ଦେଇଛନ୍ତି। ଆଇନ ପରାମର୍ଶଦାତାଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ଏବଂ ଠିକ୍‌ ସମୟରେ ପରିବର୍ତିତ ଏଜିଏମ୍‌ ତାରିଖ ନେଇ ରାଜ୍ୟ ସଂଘମାନଙ୍କୁ ଅବଗତ କରାଯିବ ବୋଲି ଶାହ କହିଛନ୍ତି।

ତାମିଲନାଡୁ ସୋସାଇଟି ରେଜିଷ୍ଟ୍ରେସନ୍‌ ଆକ୍ଟ-୧୯୭୫ ଅଧୀନରେ ବିସିସିଆଇ ପଞ୍ଜୀକୃତ ହୋଇଛି। ସେହି ନିୟମାବଳୀ ଅନୁଯାୟୀ ପ୍ରତି ବର୍ଷ ‌ସେପ୍ଟେମ୍ବର ୩୦ ପୂର୍ବରୁ ବିସିସିଆଇ ଏଜିଏମ୍‌ ଆୟୋଜନ କରିବା କଥା। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଏହି ସମୟକୁ ତିନି ମାସ ବୃଦ୍ଧି କରିଛନ୍ତି। ଫଳରେ ୨୦୨୦ ସେପ୍ଟେମ୍ବରରୁ ୨୦୨୦ ଡିସେମ୍ବରକୁ ସମୟସୀମା ବୃଦ୍ଧି ପାଇଥିବା ରାଜ୍ୟ ସଂଘମାନଙ୍କୁ ବିସିସିଆଇ ସଂପାଦକ ଜଣାଇ ଦେଇଛନ୍ତି। ପୁଣି ଏକ ପଂଜୀକୃତ ସଂସ୍ଥାର ଏଜିଏମ୍‌ କୌଣସିମତେ ଅନ୍‌ଲାଇନ୍‌ରେ ପରିଚାଳିତ ହୋଇପାରିବନି ବୋଲି ସ୍ପଷ୍ଟ ନୀତି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe