କରୋନା ପରୀକ୍ଷା ପାଇଁ ୧୦ କୋଟି ଖର୍ଚ୍ଚ କରିବ ବିସିସିଆଇ

Advertisment
ବାର୍ଷିକ ଆଇସିସି ମାନ୍ୟତା: ଭାରତ ଟ୍ବେଣ୍ଟି-୨୦ ଶୀର୍ଷରେ

Webdunia

ନୂଆଦିଲ୍ଲୀ : ୟୁଏଇରେ ଆୟୋଜିତ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ଅବସରରେ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ୨୦,୦୦୦ରୁ ଅଧିକ କରୋନା ପରୀକ୍ଷା ପରିଚାଳନା କରିବ। ଏ ବାବଦରେ ବିସିସିଆଇ ମଧ୍ୟ ପାଖାପାଖି ୧୦ କୋଟି ଟଙ୍କା ବ୍ୟୟ କରିବ ବୋଲି ଅଟକଳ କରିଛି। ସମସ୍ତ ୮ଟିଯାକ ଫ୍ରାଞ୍ଚାଇଜ୍‌ ଭାରତରେ ପରୀକ୍ଷା ବାବଦକୁ ସବୁ ଖର୍ଚ୍ଚ ବହନ କରିଥିଲା ବେଳେ ଅଗଷ୍ଟ ୨୦ ତାରିଖରୁ ଦଳସବୁ ୟୁଏଇରେ ପହଞ୍ଚିବା ପରଠାରୁ ବିସିସିଆଇ ଆର୍‌ଟି-ପିସିଆର୍‌ ପରୀକ୍ଷା କରିବାର ଦାୟିତ୍ବ ନେଇଛି। ସେଥିପାଇଁ ଆମେ ୟୁଏଇ ଭିତ୍ତିକ ଏକ କଂପାନି ଭିପିଏସ୍‌ ହେଲ୍‌ଥକେୟାରକୁ କୋଭିଡ୍‌ ପରୀକ୍ଷା ପରିଚାଳନା ପାଇଁ ନିୟୋଜିତ କରିଛୁ ବୋଲି ବିସିସିଆଇ କହିଛି। ଯଦିଓ କେତେ ସଂଖ୍ୟକ ପରୀକ୍ଷା ହେବା ନିର୍ଦିଷ୍ଟ ଭାବେ କହିନପାରିଲେ ମଧ୍ୟ ଏହା ୨୦,୦୦୦ରୁ ଅଧିକ ହେବ। ଟିକସକୁ ବାଦ୍‌ ଦେଲେ ପ୍ରତି ପରୀକ୍ଷା ବାବଦରେ ପାଖାପାଖି ୨୦୦ ଏଇଡି (ଦିର୍‌ହାମ୍‌) ବିସିସିଆଇକୁ ଭରଣା କରିବାକୁ ପଡ଼ିବ ବୋଲି ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏହି ହିସାବ ଅନୁଯାୟୀ ବିସିସିଆଇ ୧୦ କୋଟି ଟଙ୍କା ଖର୍ଚ୍ଚ କରିବ। ପ୍ରାୟ ୭୫ ଜଣ ହେଲ୍‌ଥକେୟାର କର୍ମୀ କରୋନା ପରୀକ୍ଷା‌ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଯଥାସମ୍ଭବ ଖେଳାଳି ଏବଂ ଅଧିକାରୀମାନଙ୍କ ସୁରକ୍ଷା ନିମନ୍ତେ କୌଣସି ବି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନୁ। ଯେଉଁଥିପାଇଁ ହେଲ୍‌ଥକେୟାର କର୍ମୀମାନଙ୍କୁ ଭିନ୍ନ ହୋଟେଲରେ ରଖାଯାଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଆମେ କୌଣସି ରିସ୍କ ନେବାକୁ ଚାହୁଁନୁ। ହୋ‌ଟେଲରେ କଂପାନି ଦ୍ବାରା ଏକ ଅଲଗା ଜୈବ ବଳୟ ସୃଷ୍ଟି କରାଯାଇଛି। ପାଖାପାଖି ଏହାର ୫୦ ସ୍ବାସ୍ଥ୍ୟ କର୍ମୀ ପରୀକ୍ଷା ପ୍ରକ୍ରିୟାରେ ଯୋଡ଼ି ହୋଇଥିଲା ବେଳେ ଅବଶିଷ୍ଟ ୨୫ କର୍ମୀ ଲ୍ୟାବ୍‌ ଏବଂ ନଥିପତ୍ର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

କଂପାନି ଦ୍ବାରା ଭରଣା କରାଯିବାକୁ ଥିବା ଜୈବ ବଳୟ ଏବଂ ହୋଟେଲ ଖର୍ଚ୍ଚ ବିସିସିଆଇ ଦେଇନାହିଁ। ତଥାପି ଅଗଷ୍ଟ ୨୦ରୁ ୨୮ ତାରିଖ ମଧ୍ୟରେ ଖେଳାଳି ଓ ସହଯୋଗୀ ଷ୍ଟାଫ୍‌ଙ୍କ ସମେତ ଆଇପିଏଲ୍‌ରେ ସଂପୃକ୍ତ ସମସ୍ତଙ୍କୁ ମିଶାଇ ମୋଟ ୧୯୮୮ କରୋନା ପରୀକ୍ଷା ହୋଇଯାଇଛି ବୋଲି ବିସିସିଆଇ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe