ଧୋନୀଙ୍କ ଗ୍ଲୋଭସରୁ ହଟିବ ସେନାର ବଳିଦାନ ଲୋଗୋ: ଆଇସିସି ନିଷ୍ପତ୍ତିକୁ ବିରୋଧ କରିବ ନାହିଁ ବିସିସିଆଇ

ଧୋନୀଙ୍କ ଗ୍ଲୋଭସରୁ ହଟିବ ସେନାର ବଳିଦାନ ଲୋଗୋ: ଆଇସିସି ନିଷ୍ପତ୍ତିକୁ ବିରୋଧ କରିବ ନାହିଁ ବିସିସିଆଇ

Khas Khabar

ମୁମ୍ବାଇ : ବିଶ୍ବକପ କ୍ରିକେଟର ପ୍ରଥମ ମ୍ୟାଚରେ  ଭାରତୀୟ ୱିକେଟ କିପର ମହେନ୍ଦ୍ର ସିଂ ଧୋନୀ ନିଜ ଗ୍ଲୋଭସରେ ଭାରତୀୟ ସେନାର ସ୍ୱତନ୍ତ୍ର ବଳିଦାନ ଲୋଗୋ ବ୍ୟବହାର କରିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ପରେ ଧୋନୀଙ୍କୁ ଗ୍ଲୋଭସରୁ ଲୋଗୋ ହଟାଇବାକୁ ଆଇସିସି ନିର୍ଦ୍ଦେଶ ଦେବା ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକଙ୍କ ସମର୍ଥନରେ ବାହାରିଥିଲା ବିସିସିଆଇ । ବିସିସିଆଇ ପତ୍ର ଲେଖି ଲୋଗୋ ବ୍ୟବହାର ସପକ୍ଷରେ ମତ ରଖିଥିଲା। ମାତ୍ର ଏ ସଂପର୍କରେ ଆଇସିସି ସ୍ପଷ୍ଟ କରିଦେଇଛି କି ଧୋନୀଙ୍କ ଗ୍ଲୋଭସରେ ବଳିଦାନ ବ୍ୟାଚ୍ ଲାଗି ପାରିବ ନାହିଁ । ବର୍ତ୍ତମାନ ବିସିସିଆଇ ପ୍ରଶାସନିକ କମିଟିର ମୁଖ୍ୟ ବିନୋଦ ରାଏ ଘୋଷଣା କରିଛନ୍ତି ଯେ ବିସିସିଆଇ ଆଇସିସିର ନିଷ୍ପତ୍ତିକୁ ସମର୍ଥନ କରିବ। ଆଇସିସିର କୌଣସି ନିୟମର ବିରୁଦ୍ଧାଚରଣ ବିସିସିଆଇ କରିବ ନାହିଁ। ତେଣୁ ପରବର୍ତ୍ତୀ ମ୍ୟାଚରେ ଧୋନୀ ତାଙ୍କ କିପିଙ୍ଗ ଗ୍ଲୋଭସରେ ଭାରତୀୟ ସେନାର ବଳିଦାନ ଲୋଗୋ ବ୍ୟବହାର କରିପାରିବେ ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

ଆଇସିସି ସ୍ପଷ୍ଟ ଭାବେ ମନା କରିଦେଇଛି କି, ମହେନ୍ଦ୍ର ସିଂ ଧୋନୀ ସେନା ବଳିଦାନ ବ୍ୟାଚ ଥିବା ଗ୍ଲୋଭସ ପିନ୍ଧି ପଡିଆକୁ ଓହ୍ଲାଇ ପାରିବେ ନାହିଁ । ତେବେ ଏଭଳି ସ୍ଥିତିରେ ଧୋନୀଙ୍କ ସାମ୍ନାରେ ବର୍ତ୍ତମାନ ଦୁଇଟି ବିକଳ୍ପ ବଂଚିଛି । ପ୍ରଥମଟି ହେଲା , ଧୋନୀଙ୍କୁ ନିଜ ଗ୍ଲୋଭସ ଫେରାଇବାକୁ ହେବ ନଚେତ୍ ଅନ୍ୟଟି ହେଲା ଧୋନୀଙ୍କୁ ତାଙ୍କ ଗ୍ଲୋଭସରୁ ସେନାର ସ୍ୱତନ୍ତ୍ର ବଳିଦାନ ଲୋଗୋକୁ ଢାଙ୍କିବା ପାଇଁ ଟେପ ଲଗାଇବାକୁ ପଡିବ । ତେବେ ଯଦି ଧୋନୀ ଆସନ୍ତାକାଲି ମ୍ୟାଚରେ ବଳିଦାନ ବ୍ୟାଚ୍ ଥିବା ଗ୍ଲୋଭସ ପିନ୍ଧି ଖେଳନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏପରିକି ଜରିମାନା ବାବଦକୁ ମ୍ୟାଚ ଫିସର ୨୫ ପ୍ରତିଶତ ଟଙ୍କା ଧୋନୀଙ୍କୁ ଦେବାକୁ ପଡିପାରେ । ସେହିଭଳି ଯଦି ଧୋନୀ ଏଭଳି କାମ ତୃତୀୟ ଥର ପାଇଁ କରିଥିବେ ତେବେ ନିୟମାନୁସାରେ ଧୋନୀଙ୍କୁ ମ୍ୟାଚ ଫିସର ୫୦ ପ୍ରତିଶତ ଟଙ୍କା ଜରିମାନା ବାବଦକୁ ଗଣିବାକୁ ହେବ ଏବଂ ଚତୁର୍ଥ ଥର ଏଭଳି କରିବା ଦ୍ୱାରା ମ୍ୟାଚ ଫିସର ୭୫ ପ୍ରତିଶତ ପର୍ଯ୍ୟନ୍ତ କାଟି ଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe