ଭୁବନେଶ୍ବର: ରାଜକୋଟରେ ଚାଲିଥିବା ବିସିସିଆଇ ମହିଳା ଦିନିକିଆ ପ୍ରତିଯୋଗିତାରେ ଓଡ଼ିଶାର ବିଜୟ ଧାରା ଜାରି ରହିଛି। ନିଜର ପ୍ରଥମ ମ୍ୟାଚ୍‌ରେ ମଧ୍ୟପ୍ର‌ଦେଶକୁ ହରାଇଥିବା ଓଡ଼ିଶା ରବିବାର ଦ୍ବିତୀୟ ମ୍ୟାଚ୍‌ରେ ଆସାମକୁ ୧୦୬ ରନ୍‌ରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ସରିତା ମେହେର (୧୦୦, ୧୨୭ ବଲ୍‌, ୧୦ ଚୌକା)ଙ୍କ ଶତକ ବଳରେ ୪ ୱିକେଟ୍‌ ହରାଇ ୨୭୮ ରନ୍‌ କରିଥିଲା।

Advertisment

ଅଧିନାୟିକା ସୁଶ୍ରୀ ଦିବ୍ୟଦର୍ଶିନୀ (୮୫*, ୬୫ ବଲ୍‌, ୧୪ ଚୌକା) ଓ ମାଧୁରୀ ମେହେଟା (୫୧, ୭୯ ବଲ୍‌, ୪ ଚୌକା) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ସଙ୍ଗୀତା ଖଡ଼ିଆ ୨୭ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ଜବାବରେ ଓଡ଼ିଶା ବୋଲରଙ୍କୁ ସାମ୍ନା କରି ନପାରି ଆସାମ ୪୭.୫ ଓଭରରେ ୧୭୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଗାୟତ୍ରୀ ଗୁରୁଙ୍ଗ ସର୍ବାଧିକ ୪୨ ରନ୍‌ କରିଥିଲେ। ଓଡ଼ିଶାର ଶୁଭ୍ର ନିର୍ଝରିଣୀ ୩, ରିମାଲକ୍ଷ୍ମୀ ଏକ୍କା ଓ ତରନା ପ୍ରଧାନ ୨ ଲେଖାଏଁ ଏବଂ ସୁଶ୍ରୀ ଓ ଏସ୍‌ବି ଲରେନ୍‌ସ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଶତକୀୟ ପାଳି ଲାଗି ସରିତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଆହୁରି ପଢ଼ନ୍ତୁ: Cricket: ନଗେଶ ଟ୍ରଫି ଲାଗି ଓଡ଼ିଶା ଦଳ: ଆସନ୍ତାକାଲି ଉତ୍ତରାଖଣ୍ଡକୁ ଭେଟିବ