ମହିଳା ଆଇପିଏଲ୍‌ ମାର୍ଚରେ କରିବାକୁ ବିସିସିଆଇର ପ୍ରସ୍ତୁତି

Advertisment
ଗୁଗୁଲ୍‌ରେ ଅଧିକ ସର୍ଚ୍ଚ ହୋଇଥିଲା ‘ଆଇପିଏଲ୍‌’

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆସନ୍ତା ବର୍ଷ (୨୦୨୩) ମାର୍ଚ ମାସରେ ପ୍ରଥମ ମହିଳା ଆଇପିଏଲ୍‌ କରିବାକୁ ପ୍ରସ୍ତୁତ ହେଉଛି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କଠାରୁ ଏଭଳି ସୂଚନା ମିଳିଛି। ଆଇପିଏଲ୍‌ ଲାଗି ବୋର୍ଡ ମହିଳାଙ୍କ ଘରୋଇ କ୍ୟାଲେଣ୍ଡରରେ ମଧ୍ୟ ସେହି ଅନୁଯାୟୀ ପ୍ରସ୍ତୁତି କରିଛି। ପୂର୍ବରୁ ମହିଳା ଘରୋଇ କ୍ରିକେଟ୍‌ ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିଲା। ହେଲେ ‌ଏବେ ଏହାକୁ ଗେଟିଏ ମାସ କମାଇ ଦିଆଯାଇଛି। ୨୦୨୨-୨୩ ଋତୁ ଅକ୍ଟୋବର ୧୧ରୁ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରୁ ଆରମ୍ଭ ହୋଇ ଫେବ୍ରୁଆରି ୨୦୨୩ ଅନ୍ତଃଜୋନାଲ ଦିନିକିଆରେ ଶେଷ ହେବ।

୨୦୧୮ରେ ପ୍ରଥମ ଥର ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ କରାଯାଥିଲା। ଏହା ପ୍ରଦର୍ଶନୀ ମ୍ୟାଚ୍‌ ଭଳି ଥିଲା। ଏଥିରେ ଦୁଇଟି ଦଳ ଭାଗନେଇଥିଲେ। ଏବେ ଏହା ୩ ଦଳକୁ ନେଇ ଖେଳାଯାଉଛି। କିନ୍ତୁ ଏହାକୁ ପୁରୁଷ ଆଇପିଏଲ୍‌ ଭଳି କରିବାକୁ ବିସିସିଆଇ ଚିନ୍ତା କରିଛି। ‘‘ଆମେ ପୂର୍ଣ୍ଣାଙ୍ଗ ରୂପରେ ମହିଳା ଆଇପିଏଲ୍‌ ଆୟୋଜନ କରିବାକୁ ‌ପ୍ରସ୍ତୁତ ଅଛୁ। ‌ଏହା ନିଶ୍ଚିତ ହେବ। ମୋର ପୂରା ବିଶ୍ବାସ ଆସନ୍ତା ବର୍ଷ ଏହା ହେବ। ମହିଳା ଆଇପିଏଲ୍‌ ଲାଗି ୨୦୨୩ ଭଲ ସମୟ ଏବଂ ପୁରୁଷ ଆଇପିଏଲ୍ ଭଳି ଏହା ମଧ୍ୟ ସଫଳତା ପାଇବ’’ ବୋଲି ଗାଙ୍ଗୁଲି କହିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବରରେ ହେବାକୁଥିବା ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ମହିଳା ଆଇପିଏଲ୍‌ ବିଷୟରେ ଆଲୋଚନା ହୋଇ ଚୂଡ଼ାନ୍ତ ମୋହର ମରାଯିବ ବୋଲି ଗାଙ୍ଗୁଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe