BCCI's Statement: ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ ମାମଲାରେ ପ୍ରତିକ୍ରିୟା ରଖିଲା ବିସିସିଆଇ

ଆଇସିସି ମହିଳା କ୍ରିକେଟ ବିଶ୍ୱକପରେ ଅଂଶଗ୍ରହଣ କରିଥିବା ଦୁଇ ଅଷ୍ଟ୍ରେଲୀୟ ମହିଳା  କ୍ରିକେଟରଙ୍କୁ ଅସଦାଚରଣ ମାମଲାରେ ଏବେ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଚିବ ଦେବଜିତ ସାଇକିଆ।

Untitled-5rt

ନୂଆଦିଲ୍ଲୀ: ଆଇସିସି ମହିଳା କ୍ରିକେଟ ବିଶ୍ୱକପରେ ଅଂଶଗ୍ରହଣ କରିଥିବା ଦୁଇ ଅଷ୍ଟ୍ରେଲୀୟ ମହିଳା  କ୍ରିକେଟରଙ୍କୁ ଅସଦାଚରଣ ମାମଲାରେ ଏବେ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଚିବ ଦେବଜିତ ସାଇକିଆ। ଦୁଇ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ପିଛା କରି ଜଣେ ବ୍ୟକ୍ତି ଅନୁପଯୁକ୍ତ ସ୍ପର୍ଶ କରିଥିବା ଅଭିଯୋଗ ହୋଇଥିଲା। 

ବିସିସିଆଇ ସଚିବ କୁହନ୍ତି

ଟଣାରେ ନିଜର ଅସନ୍ତୋଷ ପ୍ରକାଶ କରି ଦେବଜିତ ସାଇକିଆ କହିଛନ୍ତି, ‘‘ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା, ଏବଂ ଏହି ପ୍ରକାରର ଘଟଣା ବଦନାମୀ ଆଣିଥାଏ। ଅପରାଧୀଙ୍କୁ ଧରିବା ପାଇଁ ରାଜ୍ୟ ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ସେମାନଙ୍କୁ ପ୍ରଶଂସା କରୁଛି। ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ଆଇନକୁ ତାର କାର୍ଯ୍ୟ କରିବାକୁ ଦିଅନ୍ତୁ।"

ଆହୁରି ପଢ଼ନ୍ତୁ: ପରଲୋକରେ ଲୋକପ୍ରିୟ ଅଭିନେତା ସତୀଶ ଶାହ, ଥିଲା କିଡନୀ ସମସ୍ୟା

ସେହିପରି ଏଏନ୍‌ଆଇ ସହିତ କଥାବାର୍ତ୍ତା କରି, ଇନ୍ଦୋରର ଅତିରିକ୍ତ ଡେପୁଟି କମିସନର ଅଫ୍ ପୁଲିସ (ଅତିରିକ୍ତ ଡିସିପି, କ୍ରାଇମ୍ ବ୍ରାଞ୍ଚ) ରାଜେଶ ଦଣ୍ଡୋଟିଆନ୍ ନିଶ୍ଚିତ କରିଛନ୍ତି ଯେ ଗୁରୁବାର ସକାଳ ପ୍ରାୟ ୧୧ଟାରେ ଦୁଇ ଅଷ୍ଟ୍ରେଲୀୟ ମହିଳା କ୍ରିକେଟର୍ ଏକ କାଫେକୁ ଯାଉଥିଲେ। ସେହି ସମୟରେ ଅଷ୍ଟ୍ରେଲୀୟ କ୍ରିକେଟର୍ ଆଜାଦ ନଗରର ବାସିନ୍ଦା ଅକିଲ ଖାନଙ୍କ ଦ୍ବାରା "ଅନୁପଯୁକ୍ତ ଆଚରଣ"ର ଶିକାର ହୋଇଥିଲେ।

ଘଟଣାଟି ଏପରି

ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମୋଟରସାଇକେଲ ଚାଳକ ଆଇସିସି ମହିଳା କ୍ରିକେଟ ବିଶ୍ୱକପରେ ଅଂଶଗ୍ରହଣ କରିଥିବା ଦୁଇ ଅଷ୍ଟ୍ରେଲୀୟ ମହିଳା  କ୍ରିକେଟରଙ୍କୁ ପିଛା କରି ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି। ଅକ୍ଟୋବର ୨୫ ତାରିଖ ଶନିବାର ପୁଲିସ୍‌ ଏନେଇ ସୂଚନା ପ୍ରଦାନ କରିଛି। ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆର ଶୀର୍ଷ ମୁକାବିଲାର ଦୁଇ ଦିନ ପୂର୍ବରୁ; ଅର୍ଥାତ ଗୁରୁବାର ଏହି ଘଟଣା ଘଟିଥିଲା।

ଆହୁରି ପଢ଼ନ୍ତୁ: ‘ନିର୍ବାଚନ ଆୟୋଗ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ, ପରାମର୍ଶର ଅନୁପାଳନ ସୁନିଶ୍ଚିତ କରିବେ ରାଜନୈତିକ ଦଳ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe