ବିରାଟ ଆରସିବି ଅଧିନାୟକ ହେବାକୁ ଯୋଗ୍ୟ ନୁହନ୍ତି: ସଞ୍ଜୟ ମାଞ୍ଜରେକର

ସେ ବିରାଟ କୋହଲି ହୋଇଥିବାରୁ ୯୫ପ୍ରତିଶତ ପ୍ରଶଂସକ ଚାହୁଁଛନ୍ତି ଯେ ସେ ଅଧିନାୟକ ହୁଅନ୍ତୁ। ନଚେତ୍ ବିରାଟ ଆରସିବି ଅଧିନାୟକ ହେବାକୁ ଯୋଗ୍ୟ ନୁହନ୍ତି ବୋଲି କହିଛନ୍ତି ସଞ୍ଜୟ।

sanjayam

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ପରବର୍ତ୍ତୀ ଅଧିନାୟକ କିଏ ହେବ? ଏବେ ଏହା ଏକ ବହୁତ ବଡ ପ୍ରଶ୍ନ | କାରଣ ଗତ ୩ସିଜିନରେ ଦଳର ନେତୃତ୍ୱ ନେଉଥିବା ଅଭିଜ୍ଞ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁ ପ୍ଲେସିସଙ୍କୁ ୪୦ବର୍ଷ ବୟସ ହୋଇଛି। ବୟସ ଅଧିକ ହୋଇଥିବାରୁ ଫ୍ରାଞ୍ଚାଇଜ୍ ଏଥର ତାଙ୍କୁ ଦାୟିତ୍ବ ଦେବ ନାହିଁ ବୋଲି ଚର୍ଚ୍ଚା ହେଉଛି। ନିଲାମ ସମୟରେ, ଦଳ ଆଗାମୀ ତିନି ବର୍ଷକୁ ଧ୍ୟାନରେ ରଖି ଖେଳାଳିମାନଙ୍କୁ ବାଛିବ | ଯଦି ଆଗାମୀ ୩ଟି ସିଜିନ ପାଇଁ ପ୍ଲେସିସଙ୍କୁ ଦଳ ବାଛେ ତେବେ ସେ ୪୩ବର୍ଷର ହୋଇଯିବେ। ଏଭଳି ପରିସ୍ଥିତିରେ, ଫ୍ରାଞ୍ଚାଇଜ୍ ତାଙ୍କୁ ଏଥର ଦଳରେ ଅନ୍ତର୍ଭୁକ୍ତ କରିବାର ସମ୍ଭାବନା ବହୁତ କମ୍ ଥିବା ପରି ମନେହେଉଛି। ଏମଧ୍ୟରେ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ପୁଣି ଥରେ ଦଳ ଅଧିନାୟକ କରିବ ବୋଲି ଚର୍ଚ୍ଚା ହେଉଛି।

‌ଏହି ଚର୍ଚ୍ଚା ମଧ୍ୟରେ ବିରାଟ ଆରସିବି ଅଧିନାୟକ ହେବାକୁ ଯୋଗ୍ୟ ନୁହନ୍ତି ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ତଥା କମେନଟେଟର ସଞ୍ଜୟ ମାଞ୍ଜରେକର। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ସେ ବିରାଟ କୋହଲି ହୋଇଥିବାରୁ ୯୫ପ୍ରତିଶତ ପ୍ରଶଂସକ ଚାହୁଁଛନ୍ତି ଯେ ସେ ଅଧିନାୟକ ହୁଅନ୍ତୁ। କିନ୍ତୁ ଯଦି ଆମେ କେବଳ ତାଙ୍କ ପ୍ରଦର୍ଶନ ଦେଖି ତାଙ୍କୁ ଚୟନ କରିବାକୁ ଭାବିବା, ତାହେଲେ ସେ ସେତେ ଭଲ ନୁହନ୍ତି। ପ୍ରଶଂସକଙ୍କୁ ମୋର କେବଳ ଗୋଟିଏ ପ୍ରଶ୍ନ | ଯଦି ବିରାଟ କୋହଲିଙ୍କ ବଦଳରେ ଆଉ କେହି କ୍ରିକେଟର ବିକଳ୍ପରେ ରହିଥାନ୍ତେ, ତାହେଲେ ଆପଣ ବିରାଟ କୋହଲିଙ୍କୁ ଅଧିନାୟକ କରିବାକୁ ଭାବିଥାନ୍ତେ କି? ମୋ ହିସାବରେ ନା।  ଆପଣ ସେତେବେଳେ କେବଳ ଆଇପିଏଲରେ ତାଙ୍କର ପ୍ରଦର୍ଶନ, ବ୍ୟାଟିଂ ଏବଂ ଅଧିନାୟକତ୍ୱ ଭାବେ ସେ କରିଥିବା ପ୍ରଦର୍ଶନକୁ ଦେଖିଥାନ୍ତେ | ଏସବୁ ଦେଖିବା ପରେ କେବେ ବି ଆପଣ ବିରାଟଙ୍କୁ ଅଧିନାୟକ କରିବାକୁ କହିନଥାନ୍ତେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe