ବେକ୍‌ହାମ ୬ ମାସ ଗାଡ଼ି ଚଲାଇବାରୁ ବାସନ୍ଦ

Advertisment
ବେକ୍‌ହାମ ୬ ମାସ ଗାଡ଼ି ଚଲାଇବାରୁ ବାସନ୍ଦ

ଲଣ୍ଡନ: ଗାଡ଼ି ଚଲାଇବା ବେଳେ ମୋବାଇଲ୍‌ ବ୍ୟବହାର ‌କରିବା ପୂର୍ବତନ ଇଂଲଣ୍ଡ ଫୁଟ୍‌ବଲର୍‌ ଡେଭିଡ୍‌ ବେକ୍‌ହାମଙ୍କ ପାଇଁ ମହଙ୍ଗା ପଡ଼ିଛି। ଏଥି ପାଇଁ ତାଙ୍କୁ ଦଣ୍ଡ ସ୍ବରପ ୬ ମାସ ଗାଡ଼ି ଚଲାଇବାକୁ ବାରଣ କରାଯିବା ସହ ଜରିମନା ଲାଗିଛି। ଗତ ନଭେମ୍ବର ୨୧ ତାରିଖ‌ରେ ‌ଲଣ୍ଡନ ରାସ୍ତାରେ ୪୪ ବର୍ଷୀୟ ବେକ୍‌ହାମ ମୋବାଇଲ୍‌ ଫୋନ୍‌ ବ୍ୟବହାର କରି ଗାଡ଼ି ଚଲାଇବାରୁ ତାଙ୍କ ବିରୋଧରେ ମାମଲା ହୋଇଥିଲା। ଏହି ମାମଲା ଉପରେ ଶୁଣାଣି କରି ‌ଗୁରୁବାର ଦକ୍ଷିଣ ଲଣ୍ଡନ ସ୍ଥିତ ବ୍ରୋମଲି ମାଜିଷ୍ଟ୍ରେଟ୍ସ କୋର୍ଟ ତାଙ୍କ ଲାଇସେନ୍ସ ଉପରେ ୬ ପଏଣ୍ଟ୍‌ର ଦଣ୍ଡ ‌ପ୍ରଦାନ କରିବା ସହ ୧୦୦ ପାଉଣ୍ଡ (୯୧୫୧ ଟଙ୍କା) ଅଦାଲତ ଖର୍ଚ, ୭୫ ପ‌ା‌ଉଣ୍ଡ (୬୮୬୨ ଟଙ୍କା) ଅତିରିକ୍ତ ଦେୟ ଏବଂ ୭୫୦ ପାଉଣ୍ଡ (୬୮, ୬୨୭ ଟଙ୍କା)ର ଜରିମାନା ଦେବାକୁ ‌ନି‌ର୍ଦେଶ ‌ଦେଇଥିଲେ। ଲଣ୍ଡନ୍‌ରେ ଘଣ୍ଟାକୁ ୪୦ ମାଇଲ୍‌ ବେଗରେ ଗାଡ଼ି ଚଲାଇବା ନିୟମ ଥିଲା ବେଳେ ଗତ ବର୍ଷ ଜନୁଆରିରେ ସେ ୫୯ ମାଇଲ୍‌ (୯୫ କିଲୋମିଟର) ବେଗରେ ଗାଡ଼ି ଚଲାଇ ୬ ପଏଣ୍ଟ ଦଣ୍ଡ ପାଇଥିଲେ। ଫଳରେ ତାଙ୍କ ଦଣ୍ଡ ପଏଣ୍ଟ୍‌ ୧୨ରେ ପହଞ୍ଚି ଯାଇଥିଲା। ସେଥିପାଇଁ ତାଙ୍କୁ ଏଭଳି ଦଣ୍ଡ ଦିଆଯାଇଛି ବୋଲି ଜିଲ୍ଲା ଜର୍ଜ କ‌ାଥେରିନ୍‌ ମୁରେ ଶୁଣାଣି ବେ‌ଳେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe