ମୋ ଶ୍ରେଷ୍ଠତ୍ବ ପଛରେ କୋହଲି: ରବାଦା

Advertisment
ମୋ ଶ୍ରେଷ୍ଠତ୍ବ ପଛରେ କୋହଲି: ରବାଦା

ମୁମ୍ବାଇ: ଦକ୍ଷିଣ ଆଫ୍ରିକାର ଯୁବ ତଥା ପ୍ରତିଭାସମ୍ପନ୍ନ ଦ୍ରୁତ ବୋଲର୍ କାଗିସୋ ରାବାଦା ଭାରତୀୟ ଅଧିନାୟକ ବିରାଟ ‌କୋହଲିଙ୍କ ପ୍ରତି ସମ୍ମାନ ଜଣାଇଛନ୍ତି। କୋହଲିଙ୍କ ସ୍ଥିରତାପୂର୍ଣ୍ଣ ପ୍ରଦର୍ଶନକୁ ପ୍ରଶଂସା କରି ରବାଦା କହିଛନ୍ତି, 'ବିରାଟଙ୍କ ପାଇଁ ହିଁ ମୁଁ ମୋ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ବାଧ୍ୟ ହୋଇଛି'। ସମସ୍ତ ଫର୍ମାଟ୍‌ରେ ସେ ଏତେ ସଂଗତିପୂର୍ଣ୍ଣ ପ୍ରଦର୍ଶନ ଦିଅନ୍ତି ଯେ ମୁଁ ନିଜକୁ ଅଧିକ ଭଲ କରିବାକୁ ଚେଷ୍ଟା କରିଥାଏ।

କେଉଁ କ୍ରିକେଟର୍‌ଙ୍କୁ ତୁମେ ସର୍ବାଧିକ ସମ୍ମାନ ଦିଅ ବୋଲି ପ୍ରଶ୍ନ ହେବାରୁ ରବାଦା କହିଥିଲେ, 'ଦିନିକିଆ କ୍ରିକେଟ୍ ଉପରେ ନଜର ପକାଇଲେ କୋହଲି ସବୁଠୁ ସ୍ଥିର ପ୍ରଦର୍ଶନ ଦିଅନ୍ତି, ଟେଷ୍ଟ୍ କ୍ରିକେଟରେ ସେ ସମାନ ଭାବେ ଭଲ କରିଥାନ୍ତି'। ମୁଁ ମଧ୍ୟ ବେନ୍ ଷ୍ଟୋକ୍ସ, ଷ୍ଟିଭ୍ ସ୍ମିଥ୍‌, କେନ୍ ୱିଲିୟମ୍‌ସନ'ଙ୍କୁ ଭଲ କହିପାରିବି ବୋଲି ଏକ ଆଲୋଚନା ବେଳେ ରବାଦା ପ୍ରକାଶ କରିଥିଲେ। ୨୪ ବର୍ଷୀୟ ରବାଦା ୪୩ ଟେଷ୍ଟ୍‌ରୁ ୧୯୭ ୱିକେଟ୍ ଏବଂ ୭୫ ଦିନିକିଆରୁ ୧୧୭ ୱିକେଟ୍ ଅକ୍ତିଆର କରି ସାରିଛନ୍ତି। ୨୪ ଟି-୨୦ ଅନ୍ତର୍ଜାତୀୟ ଖେଳି ନେଇଛନ୍ତି ୩୦ ୱିକେଟ୍‌। ୧୮ ଆଇପିଏଲ୍‌ ମ୍ୟାଚ୍‌ରୁ ୩୧ ୱିକେଟ୍ ନେଇ ମଧ୍ୟ ଯୁବ ପ୍ରତିଭାଙ୍କ ମଧ୍ୟରେ ଢେର ଆଗରେ ରହିଛନ୍ତି। ୨୦୧୫ ମସିହାରେ ପଦାର୍ପଣ କରିବା ପରଠାରୁ ସଫଳତାର ସିଡି ଚଢ଼ି ଚାଲିଛନ୍ତି ଏହି ଜୋହାନ୍ସବର୍ଗ କ୍ରିକେଟର୍‌। 'ମୁଁ ଆଜି ଯେଉଁ ଶୀର୍ଷରେ ପହଞ୍ଚିଛି ସେଥି ନେଇ ବହୁ ଖୁସୀ, ଆଉ କିଛି ହାସଲ କରିବା ସହିତ ନିଜକୁ ଜଣେ ଉନ୍ନତ ଖେଳାଳି ଭାବେ ଦେଖିବାକୁ ଚାହେଁ। ବିଶ୍ବକପ୍‌ ବିଜୟ ମଧ୍ୟ ମୋ ଅନ୍ୟତମ ଅଭିଳାଷ, ଏହା ମିଳିଲେ ନିଶ୍ଚିତ ଚମତ୍କାର ଅନୁଭବ ହେବ' ବୋଲି କହିଥିଲେ ରାବାଦା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe