ଶୀତକାଳୀନ ଅଲିମ୍ପିକ୍ସ ଉଦ୍‌ଯାପିତ: ନରେଓ୍ଵ ଶ୍ରେଷ୍ଠ

ବେଜିଂରେ ୨୦୨୨

ଶୀତକାଳୀନ ଅଲିମ୍ପିକ୍ସ ଉଦ୍‌ଯାପିତ: ନରେଓ୍ଵ ଶ୍ରେଷ୍ଠ

Pyeongchang 2018 Winter Olympics - Closing ceremony - Pyeongchang Olympic Stadium - Pyeongchang, South Korea - February 25, 2018 - IOC President Thomas Bach waves the Olympic flag during the closing ceremony. REUTERS/John Sibley

ପିଙ୍ଗ୍‌ଚାଙ୍ଗ୍‌ (ଦକ୍ଷିଣ କୋରିଆ): ଶୀତକାଳୀନ ଅଲିମ୍ପିକ୍ସର ୨୦୧୮ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଆସନ୍ତା ୨୦୨୨ ଅଲିମ୍ପିକ୍ସ ବେଜିଂରେ ଖେଳାଯିବ ବୋଲି ଏହି ଅବସରରେ ଘୋଷଣା ହୋଇଥିଲା। ଦକ୍ଷିଣ କୋରିଆର ପିଙ୍ଗଚାଙ୍ଗ୍‌ରେ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ନରେଓ୍ଵ ୧୪ ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ସାଙ୍ଗକୁ ୧୧ କାଂସ୍ୟ ସହ ମୋଟ ୩୯ ପଦକ ପାଇ ତାଲିକାରେ ଶୀର୍ଷ ସ୍ଥାନ ଦଖଲ କରିଥିଲା। ସେହିଭଳି ଜର୍ମାନି ୩୧ (୧୪ ସ୍ୱର୍ଣ୍ଣ, ୧୦ ରୌପ୍ୟ, ୭ କାଂସ୍ୟ) ପଦକ ସହ ଦ୍ୱିତୀୟ ଏବଂ କାନାଡା ୨୯ (୧୧ ସ୍ୱର୍ଣ୍ଣ, ୮ ରୌପ୍ୟ, ୧୦ କାଂସ୍ୟ) ପଦକ ସହ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ଏହି ପ୍ରତିଯୋଗିତାରେ ୯୨ ରାଷ୍ଟ୍ରରୁ ୨୯୨୨ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଭାରତରୁ ଦୁଇ ପ୍ରତିଯୋଗୀ ଶିବ କେଶବନ ଏବଂ ଜଗଦୀଶ ସିଂହ ଭାଗନେଇଥିଲେ। ଶିବ ଲୁଗ୍‌ରେ ୩୪ତମ ସ୍ଥାନରେ ଏବଂ ଜଗଦୀଶ ୧୫ କିମି ଫ୍ରି କ୍ରସ୍‌ କଣ୍ଟ୍ରି ସ୍କିଙ୍ଗ୍‌ରେ ୧୦୩ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ରବିବାର ଶେଷ ଦିନରେ ବବ୍‌ସ୍ଲିଗ୍‌ ପୁରୁଷରେ ଜର୍ମାନି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ କରାୟତ କରିଥିଲା ବେଳେ କୋରିଆ କାଂସ୍ୟ ପାଇଥିଲା। ମହିଳା କର୍ଲିଂରେ ସ୍ୱିଡେନ୍‌ ୮-୩ରେ କୋରିଆକୁ ହରାଇ ସ୍ୱର୍ଣ୍ଣ ଜିତିଥିଲା ବେଳେ ପୁରୁଷ ବରଫ ହକିରେ ରୁଷିଆ ୪-୩ରେ ଜର୍ମାନିକୁ ହରାଇ ସ୍ୱର୍ଣ୍ଣ ପଦକ କବ୍‌ଜା କରିଥିଲା। ମହିଳା କ୍ରସ୍‌ କଣ୍ଟ୍ରି ସ୍କିଙ୍ଗ୍‌ର ମହିଳା ୩୦ କିମିରେ ନରେଓ୍ଵର ମାରିଟ୍‌ ଜୋର୍ଜେନ୍‌ ସ୍ୱର୍ଣ୍ଣ, ଫିନ୍‌ଲାଣ୍ଡ୍‌ର କ୍ରିଷ୍ଟା ପାର୍ମାକୋସି ରୌପ୍ୟ ଓ ସ୍ୱିଡେନ୍‌ର ସ୍ତିନା ନିଲ୍‌ସନ୍‌ କାଂସ୍ୟ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe