ବେଜିଂ ଶୀତକାଳିନ ଅଲିମ୍ପିକ୍ସ ଉଦ୍‌ଘାଟିତ: ତ୍ରିରଙ୍ଗା ଧରିଲେ ଆରିଫ୍‌ ଖାନ୍‌

Advertisment
ବେଜିଂ ଶୀତକାଳିନ ଅଲିମ୍ପିକ୍ସ ଉଦ୍‌ଘାଟିତ: ତ୍ରିରଙ୍ଗା ଧରିଲେ ଆରିଫ୍‌ ଖାନ୍‌

ବେଜିଂ: କୁଟନୈତିକ ବାଦବିବାଦ ଭିତରେ ଶୀତକାଳୀନ ଅଲିମ୍ପିକ୍ସର ୨୪ତମ ସଂସ୍କରଣ ଶୁକ୍ରବାରଠାରୁ ଚୀନ୍‌ର ରାଜଧାନୀ ବେଜିଂଠାରେ ଆରମ୍ଭ ହୋଇଛି। ବାର୍ଡ୍ସ ନେ‌ଷ୍ଟ୍‌ ନ୍ୟାସ୍‌ନାଲ ଷ୍ଟାଡିୟମରେ ଆୟୋଜିତ ଉଦ୍‌ଘ‌ାଟନୀ ସମାରୋହରେ ଭାରତୀୟ ସ୍କିଅର ଆରିଫ ଖାନ୍‌ ତ୍ରିରଙ୍ଗା ଧରି ଗର୍ବର ସହ ଚାଲିଥିଲେ। ଜମ୍ମୁ କାଶ୍ମୀର ପୁଅ ଆରିଫ୍‌ ଏକମାତ୍ର ଭାରତୀୟ ଆଥ୍‌ଲେଟ୍‌ ଭାବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ସେ ସ୍ଲାଲୋମ ଏବଂ ଜ୍ୟାଣ୍ଟ୍ ସ୍ଲାଲୋମ ବର୍ଗରେ ଦେଶ ପକ୍ଷରୁ ପ୍ରତିନିଧିତ୍ବ କରିବେ।

ତାଙ୍କ ସହ ପ୍ରଶିକ୍ଷକ ଚାନ୍ଦ ଠାକୁର, ବୈଷୟିକ ଅଧିକାରୀ ପୂରନ ଚାନ୍ଦ, ପ୍ରବନ୍ଧକ ମହମ୍ମଦ ଆବାସ ୱାନି ଓ ଦଳୀୟ ଅଧିକାରୀ ରୂପ ଚାନ୍ଦ ନେଗି ବେଜିଂ ଯାଇଛନ୍ତି। ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରେ ୯୧ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ୧୫୮୧ ପୁରୁଷ ଏବଂ ୧୨୯୦ ମହିଳାଙ୍କ ସହ ମୋଟ ୨୮୭୧ କ୍ରୀଡ଼ାବିତ୍ ଖେଳିବେ। ୭ କ୍ରୀଡ଼ାର ୧୦୯ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe