ଅବସର ନେଲେ ବେଲଜିୟମ୍‌ ଅଧିନାୟକ ଏଡେନ୍‌ ହାଜାର୍ଡ

Advertisment
ଅବସର ନେଲେ ବେଲଜିୟମ୍‌ ଅଧିନାୟକ ଏଡେନ୍‌ ହାଜାର୍ଡ

ଦୋହା: କାତାର ବିଶ୍ବକପ୍‌ରେ ବେଲ୍‌ଜିୟମ୍‌ର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବରିଷ୍ଠ ଖେଳାଳି ତଥା ଅଧିନାୟକ ଏଡେନ୍‌ ହାଜାର୍ଡ ଆନ୍ତର୍ଜାତିକ ଫୁଟ୍‌ବଲ୍‌ରୁ ଅବସର ଘୋଷଣା କରିଛନ୍ତି। ବେଲ୍‌ଜିୟମ୍‌ ଗ୍ରୁପ୍ ପର୍ଯ୍ୟାୟରେ କେବଳ କାନାଡ଼ାକୁ ହରାଇଥିଲା ବେଳେ ମରକ୍କୋଠୁ ପରାଜିତ ହୋଇଥିଲା। ଶେଷ ମ୍ୟାଚ୍‌ରେ କ୍ରୋଏସିଆ ସହିତ ମ୍ୟାଚ୍‌ ଅମୀମାଂସିତ ରଖିବାକୁ ଦଳ ଗ୍ରୁପ୍‌ ଏଫ୍‌’ର ତୃତୀୟ ସ୍ଥାନରେ ରହି ନକ୍‌ଆଉଟ୍‌ରୁ ବାଦ୍‌ ପଡ଼ିଥିଲା। ଏଥିଯୋଗୁଁ ଦଳର ମୁଖ୍ୟ ପ୍ରଶିକ୍ଷକ ରବେର୍ଟୋ ମାର୍ଟିନେଜ୍‌ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ତେବେ ୨୦୧୮ରେ ବେଲଜିୟମ୍‌ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଏଡେନ୍‌ଙ୍କ ନେତୃତ୍ବରେ ଦଳ ସେମିଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲା ବେଳେ ତୃତୀୟ ସ୍ଥାନରେ ରହିଥିଲା। ଏଡେନ୍‌ ୨୦୦୮ରେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ନିଜ ଦେଶ ପାଇଁ ୧୨୬ ମ୍ୟାଚ୍‌ରେ ସେ ଖେଳି ୩୩ ଗୋଲ୍‌ ସ୍କୋର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe