Hockey: ବେଲ୍‌ଜିୟମ୍‌ର ବିଜୟଧାରା ଜାରି; ଆସନ୍ତାକାଲି ଭାରତ-ବେଲ୍‌ଜିୟମ ମୁକାବିଲା

Advertisment

ଚଳିତ ହକି ପ୍ରୋ ଲିଗ୍‌ରେ ବେଲଜିୟମ ଅପରାଜେୟ ରହିଛି। ନିଜ ପ୍ରଥମ ମ୍ୟାଚ୍‌ରେ ୫-୩ ଗୋଲ୍‌ରେ ଆର୍ଜେଣ୍ଟିନାକୁ ମାତ୍‌ ଦେଇଥିବାବେଳେ ଶୁକ୍ରବାର ଦ୍ବିତୀୟ ଥର ସେହି ଦଳକୁ ୫-୨ରେ ପରାସ୍ତ କରିଛି।

ଚଳିତ ହକି ପ୍ରୋ ଲିଗ୍‌ରେ ବେଲଜିୟମ ଅପରାଜେୟ ରହିଛି। ନିଜ ପ୍ରଥମ ମ୍ୟାଚ୍‌ରେ ୫-୩ ଗୋଲ୍‌ରେ ଆର୍ଜେଣ୍ଟିନାକୁ ମାତ୍‌ ଦେଇଥିବାବେଳେ ଶୁକ୍ରବାର ଦ୍ବିତୀୟ ଥର ସେହି ଦଳକୁ ୫-୨ରେ ପରାସ୍ତ କରିଛି।

WhatsApp Image 2026-02-13 at 22.55.26

ରାଉରକେଲା: ଚଳିତ ହକି ପ୍ରୋ ଲିଗ୍‌ରେ ବେଲଜିୟମ ଅପରାଜେୟ ରହିଛି। ନିଜ ପ୍ରଥମ ମ୍ୟାଚ୍‌ରେ ୫-୩ ଗୋଲ୍‌ରେ ଆର୍ଜେଣ୍ଟିନାକୁ ମାତ୍‌ ଦେଇଥିବାବେଳେ ଶୁକ୍ରବାର ଦ୍ବିତୀୟ ଥର ସେହି ଦଳକୁ ୫-୨ରେ ପରାସ୍ତ କରିଛି।

ଶୁକ୍ରବାରର ମ୍ୟାଚ୍‌ର ପ୍ରଥମ ଦୁଇ କ୍ବାର୍ଟର୍‌ରେ ଆର୍ଜେଣ୍ଟିନା ଖେଳାଳିଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା। ଅବଶ୍ୟ ବେଲ୍‌ଜିୟମର ଶକ୍ତିଶାଳୀ ରକ୍ଷଣଭାଗ ଯୋଗୁ ପ୍ରଥମ କ୍ବାର୍ଟର୍‌ ଗୋଲ୍‌ ଶୂନ୍ୟ ରହିଥିଲା। ଶେଷ ଦୁଇ କ୍ବାର୍ଟର୍‌ରେ ବେଲଜିୟମ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ବିଜୟ ହାସଲ କରିଥିଲା।

ବେଲ୍‌ଜିୟମ ପକ୍ଷରୁ ଆକେଜାଣ୍ଡର ହେଣ୍ଡ୍ରିକ୍ସ ଦୁଇଟି ଗୋଲ୍‌ (୪୯ ଓ ୫୪ ମିନିଟ୍‌) ଦେଇଥିବାବେଳେ ଆର୍ଥର୍‌ ଡି ସ୍ଲୋଭର୍‌ (୩୬ ମିନିଟ୍‌), ଟୋବିଆସ୍‌ ବିକେନ୍ସ (୩୯ ମିନିଟ୍‌) ଓ ରୋମାନ ଡ୍ୟୁଭ୍‌କୋଟ (୫୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ସେହିଭଳି ଆର୍ଜେଣ୍ଟିନାର ଟୋମାସ ଡୋମିନି (୧୯) ଓ ମାତିଆସ ରେ (୪୫) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଶନିବାର ଭାରତ ଓ ବେଲ୍‌ଜିୟମ ଦ୍ବିତୀୟଥର ପାଇଁ ମୁହାଁମୁହିଁ ହେବେ। ଭାରତ ପ୍ରତିଶୋଧ ସହିତ ଏହି ଚରଣରେ ପ୍ରଥମ ବିଜୟ ସଂଧାନରେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe