ଭାରତର ଦ୍ୱିତୀୟ ବିଜୟ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌

Advertisment
ଭାରତର ଦ୍ୱିତୀୟ ବିଜୟ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌

ମାଉଣ୍ଟ୍‌ ମଉନ୍‌ଗନୁଇ: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭାରତୀୟ ଦଳ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ମାତ୍‌ ଦେଇଥିବା ପୃଥ୍ଵୀ ସ’ଙ୍କ ଦଳ ମଙ୍ଗଳବାର ପପୁଆ ନ୍ୟୁଗିନିକୁ (ପିଏନଜି) ୧୦ ଓ୍ଵିକେଟ୍‌ରେ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ପିଏନ୍‌ଜି ୨୧.୫ ଓଭରରେ ମାତ୍ର ୬୪ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଏହା ପ୍ରତିଯୋଗିତାର ସବୁଠୁ ସର୍ବନିମ୍ନ ସ୍କୋର୍‌ ହୋଇଥିଲା। ଅନୁକୂଳ ରୟ (୬.୫-୨-୧୪-୫) ଚମତ୍କାର ବୋଲିଂ କରି ଯୁବ ଦିନିକିଆରେ ପ୍ରଥମ ୫ ଓ୍ଵିକେଟ୍‌ ସଫଳତା ପାଇଥିଲେ। ଶିଭମ୍‌ ମାଭି ୨ଟି, ନାଗରକୁଟୀ ଓ ଅର୍ଷଦୀପ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଭାରତ ୮ ଓଭରରେ ବିନା କ୍ଷତିରେ ୬୭ ରନ୍‌ ସଂଗ୍ରହ କରି ନେଇଥିଲା। ଅଧିନାୟକ ପୃଥ୍ଵୀ ସ’ (୫୭*, ୩୯ ବଲ୍‌, ୧୨ ଚୌକା) ଏବଂ ମନଜୋତ୍‌ କାଲରା (୯*, ୯ ବଲ୍‌) ତତ୍‌କାଳ ବିଜୟ ଦେଇଥିଲେ। ନିଜର ଶ୍ରେଷ୍ଠ ବୋଲିଂ ପାଇଁ ଅନୁକୂଳ ରୟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ଆହତ ଈଶାନ ପୋରେଲଙ୍କ ବଦଳରେ ବିଦର୍ଭ ମଧ୍ୟମଗତି ବୋଲର ଆଦିତ୍ୟ ଠାକରେ ଦଳରେ ଯୋଗଦେବାକୁ ଡାକରା ପାଇଛନ୍ତି। ଚଳିତ ଋତୁରେ ସେ ଦିଲ୍ଲୀ ବିପକ୍ଷରେ ରଣଜୀ ପଦାର୍ପଣ କରିଥିିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe