ପୂର୍ବାଞ୍ଚଳ ୨୩ ବର୍ଷରୁ କମ୍‌ ମହିଳା ଦିନିକିଆ:ବେଙ୍ଗଲଠୁ ହାରିଲା ଓଡ଼ିଶା

Advertisment
ପୂର୍ବାଞ୍ଚଳ ୨୩ ବର୍ଷରୁ କମ୍‌ ମହିଳା ଦିନିକିଆ:ବେଙ୍ଗଲଠୁ ହାରିଲା ଓଡ଼ିଶା

ଭୁବନେଶ୍ୱର: ତନୁଶ୍ରୀ ସରକାରଙ୍କ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ବଳରେ ବେଙ୍ଗଲ ପୂର୍ବାଞ୍ଚଳ ୨୩ ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ୍‌ର ଏକ ମ୍ୟାଚ୍‌ରେ ଓଡ଼ିଶାକୁ ସହଜରେ ପରାସ୍ତ କରିଦେଇଛି। ପ୍ରଥମେ ବୋଲିଂରେ ୩୩ ରନ୍‌ରେ ୪ ଓ୍ଵିକେଟ୍‌ ଅକ୍ତିଆର କରିଥିବା ତନୁଶ୍ରୀ ପରେ ବ୍ୟାଟିଂରେ ଅପରାଜିତ ଅର୍ଧଶତକ ଜମାଇବାରୁ ବେଙ୍ଗଲ ୬ ଓ୍ଵିକେଟ୍‌ରେ ଓଡ଼ିଶାକୁ ହରାଇ ପୂର୍ଣ୍ଣ ୪ ପଏଣ୍ଟ୍‌ ପାଇଯାଇଛି।
କୋଲ୍‌କାତାର ଇଡେନ୍‌ ଗାର୍ଡେନ୍‌ ପଡ଼ିଆରେ ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଓଡ଼ିଶା ପ୍ରଥମେ ବ୍ୟାଟିଂ କରିଥିଲା। ବେଙ୍ଗଲ ବୋଲରଙ୍କୁ ଠିକ୍‌ ଭାବେ ସାମ୍‌ନା କରିନପାରି ଅତ୍ୟନ୍ତ ମନ୍ଥର ବ୍ୟାଟିଂ କରିଥିବା ଓଡ଼ିଶା ଏକ ସମୟରେ ୧୭ ଓଭରରେ ୨୪ ରନ୍‌ କରି ପ୍ରଥମ ୩ ଓ୍ଵିକେଟ୍‌ ହରାଇଥିଲା। ହେଲେ ସୁଶ୍ରୀ ଦିବ୍ୟଦର୍ଶିନୀ (୭୦) ଓ ସଙ୍ଗିତା ଖାଡିଆ (୫୦) ଅର୍ଧଶତକ ଜମାଇବା ସାଙ୍ଗକୁ ଚତୁର୍ଥ ଓ୍ଵିକେଟ୍‌ରେ ୧୨୩ ରନ୍‌ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲେ ମଧ୍ୟ ୧୦ ରନ୍‌ ମଧ୍ୟରେ ଶେଷ ୭ ଓ୍ଵିକେଟ୍‌ ହରାଇ ଓଡ଼ିଶା ୧୫୭ରେ ଅଟକି ଯାଇଥିଲା। ସୁଶ୍ରୀ ଓ ସଙ୍ଗୀତାଙ୍କ ବ୍ୟତୀତ ସସ୍ମିତା ମଲ୍ଲିକ (୧୨) ତୃତୀୟ ଖେଳାଳି ଭାବେ ମ୍ୟାଚ୍‌ରେ ଦୁଇ ଅଙ୍କ ଟପିଥିଲେ। ବେଙ୍ଗଲ ପକ୍ଷରୁ ତନୁଶ୍ରୀ ୩୩ ରନ୍‌ରେ ୪ ଓ ଏନ୍‌ ମାଝୀ ୨୧ ରନ୍‌ରେ ୨ ଓ୍ଵିକେଟ୍‌ ନେଇଥିଲେ। ଓଡ଼ିଶା ୪୯.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଜବାବରେ ବେଙ୍ଗଲକୁ ଜିତିବା ପାଇଁ ବିଶେଷ କଷ୍ଟ କରିବାକୁ ପଡ଼ିନଥିଲା। ଅପର୍ନା ମଣ୍ଡଲ୍‌ (୧୨), ଦୀପ୍ତି (୪), ପଲ୍‌ (୧୮) ଓ ରିଚା (୩୪) ଦଳୀୟ ସ୍କୋର୍‌ ୧୩୬ ବେଳକୁ ପାଭିଲିୟନ୍‌ ଫେରିଯାଇଥିଲେ ମଧ୍ୟ ତନୁଶ୍ରୀ (୬୩ ରନ୍‌, ୫ ଚୌକା) ଓ ପ୍ରତିଭା (୧୨ ରନ୍‌, ୨ ଚୌକା) ଅପରାଜିତ ରହି ବେଙ୍ଗଲକୁ ବିଜୟ ଭେଟି ଦେଇଥିଲେ। ବେଙ୍ଗଲ ୪୦.୪ ଓଭରରେ ୪ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଚମତ୍କାର ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ଫିକା ପଡ଼ିଯାଇଥିଲା। ସେ ବ୍ୟାଟିଂରେ ଅର୍ଧଶତକ ହାସଲ ପରେ ବୋଲିଂରେ ୪୨ ରନ୍‌ ଦେଇ ୩ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe