ବିଶ୍ୱକପ୍‌ରେ ଯେଉଁ ଷ୍ଟୋକସ୍‌ଙ୍କ ଯୋଗୁଁ ହାରିଥିଲା ନ୍ୟୁଜିଲାଣ୍ଡ, ତାଙ୍କୁ ଦେବ ‘ପ୍ଲେୟାର ଅଫ୍‌ ଦ ଇୟର ଆଓ୍ଵାର୍ଡ’

Advertisment

Zee News

ୱେଲିଂଟନ୍‌: ଇଂଲଣ୍ଡ କ୍ରିକେଟ୍‌ ଟିମ୍‌ର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ତଥା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକସ୍‌ଙ୍କୁ ଶୁକ୍ରବାର ‘ନ୍ୟୁଜିଲ୍ୟାଣ୍ଡର ଅପ୍‌ ଦ ଇୟର ଆଓ୍ଵାର୍ଡ’ ପାଇଁ ମନୋନୀତ କରାଯାଇଛି। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ ୨୦୧୯ର ଫାଇନାଲ୍‌ ମ୍ୟାଚ୍‌ରେ ଷ୍ଟୋକସ୍‌ ୮୪ ରନ୍‌ କରିଥିଲେ। ଏହି ସ୍କୋର ଯୋଗୁଁ ଇଂଲଣ୍ଡ ୪୪ ବର୍ଷ ପରେ ୫୦ ଓଭର ବିଶ୍ୱକପ୍‌ ଚାମ୍ପିଅନ୍‌ ହୋଇଥିଲା। ବାମହାତୀ ବ୍ୟାଟସ୍‌ମ୍ୟାନ୍‌ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ଜନ୍ମ ହୋଇଥିଲେ। ବେନ୍‌ ଷ୍ଟୋକସ୍‌ଙ୍କ ପିତା-ମାତା ଏବେ ବି ନ୍ୟୁଜିଲାଣ୍ଡରେ ରହୁଛନ୍ତି। ନ୍ୟୁଜିଲାଣ୍ଡର ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ଙ୍କୁ ମଧ୍ୟ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି।

ବିଶ୍ୱକପ୍‌ରେ ବେନ୍‌ ଷ୍ଟେକସ୍‌ ଭଲ ପ୍ରଦର୍ଶନ କରିଛନ୍ତି। ପୂରା ଟୁର୍ଣ୍ଣାମେଣ୍ଟରେ ଏହି ଅଲ୍‌ରାଉଣ୍ଡର ୪୬୫ ରନ୍‌ କରିଛନ୍ତି ଏବଂ ଏଥି ସହିତ ଟିମ୍‌ର ବିଜୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ରେ ଷ୍ଟୋକସ୍‌ ୮୪ ରନ୍‌ କରି ଟିମ୍‌କୁ ସଂକଟରୁ ମୁକ୍ତ କରିଥିଲେ। ତାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe