Bengal Tigers rise to second with emphatic win Photograph: (sambad.in)
ରାଉରକେଲା: ହକି ଇଣ୍ଡିଆ ଲିଗରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ ଶ୍ରାଚୀ ରା' ବେଙ୍ଗଲ ଟାଇଗର୍ସ ଦମ୍ଦାର ବିଜୟ ହାସଲ କରିଛି। ଶକ୍ତିଶାଳୀ ୟୁପି ରୁଦ୍ରସକୁ ୫-୩ ଗୋଲରେ ପରାସ୍ତକରି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିଛି।
ଆଜିର ମ୍ୟାଚରେ ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ବେଙ୍ଗଲ ଟାଇଗର୍ସର ସମ୍ପୂର୍ଣ ଆଧିପତ୍ୟ ଦେଖିବାକୁ ମିଳିଥିଲା। ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଳର ଖେଳାଳି ପ୍ରତିପକ୍ଷଙ୍କ ଉପରେ ଭାରିପଡ଼ିଥିଲେ। ତେବେ ଶେଷ କ୍ୱାର୍ଟରରେ ରୁଦ୍ରସ ଆକର୍ଷଣୀୟ ପ୍ରତ୍ୟାବର୍ତନ କରିଥିଲା।
ଅଧିକ ପଢ଼ନ୍ତୁ: ଭୟର କାରଣ ନାହିଁ: ଏଚ୍ଏମ୍ପିଭି ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା
କିନ୍ତୁ ତାହା ମ୍ୟାଚ୍ ବଞ୍ଚାଇବାକୁ ଯଥେଷ୍ଟ ହୋଇନଥିଲା। ପ୍ରଥମ ତିନି କ୍ୱାର୍ଟରରେ ବେଙ୍ଗଲ ଟାଇଗର୍ସ ୫ଟି ଓ ରୁଦ୍ରସ ୩ଟି ଗୋଲ ଦେଇଥିଲା। ବେଙ୍ଗଲ ଟାଇଗର୍ସ ପକ୍ଷରୁ ଯୁଗରାଜ ସିଂହ ଦୁଇଟି ଗୋଲ (୧୦, ୩୩) ଦେଇଥିବାବେଳେ ଗୌଥିଏର ବୋକାର୍ଡ (୮), ସୁଖଜିତ ସିଂହ (୧୪) ଓ ଅଭିଷେକ (୪୬) ଗୋଟିଏ ଲେଖାଏ ଗୋଲ ଦେଇଥିଲେ।
ରୁଦ୍ରସ ପକ୍ଷରୁ ସାମ ୱାର୍ଡ ୨ଟି ଗୋଲ (୫୧, ୫୯) ଓ ଅଧିନାୟକ ହାର୍ଦ୍ଦିକ ସିଂହ (୪୭) ଗୋଟିଏ ଗୋଲ ଦେଇଥିଲେ।
ଅଧିକ ପଢ଼ନ୍ତୁ: ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା
Follow Us