ପ୍ରତିଶୋଧ ନେଲା ବେଙ୍ଗାଲୁରୁ

Advertisment

ଓଡ଼ିଶାରେ ଆଇଏସ୍‌ଏଲ୍‌ ପଦାର୍ପଣ, ଜାମ୍‌ସେଦ୍‌ପୁରକୁ ୨-୦ରେ ହରାଇଲା

ଓଡ଼ିଶାରେ ଆଇଏସ୍‌ଏଲ୍‌ ପଦାର୍ପଣ, ଜାମ୍‌ସେଦ୍‌ପୁରକୁ ୨-୦ରେ ହରାଇଲା

ପ୍ରତିଶୋଧ ନେଲା ବେଙ୍ଗାଲୁରୁ

Sunil Chhetri of Bengaluru FC hits goal during match 83 of the Hero Indian Super League between Jamshedpur FC and Bengaluru FC held at the Kalinga Stadium, Bhubaneswar, India on the 25th Feb 2018 Photo by: Deepak Malik / ISL / SPORTZPICS

ଭୁବନେଶ୍ୱର(ଦେବାଶିଷ ସୁନ୍ଦରାୟ): ଓଡ଼ିଶାରେ ଆଇଏସଏଲ୍‌ ପଦାର୍ପଣ କଲା କିନ୍ତୁ ଘରୋଇ ଦଳ ଜାମସେଦପୁରକୁ ବିଜୟର ସ୍ୱାଦ ପାଇ ପାରିଲାନି। ବେଙ୍ଗାଲୁରୁ ଚାଲ୍‌ରେ ଘାଇଲା ହୋଇ ରବିବାର ରାତିରେ ୦-୨ରେ ପରାଜିତ ହେଲା। ତା’ ସହ ସେମିଫାଇନାଲରେ ଗୋଟିଏ ପାଦ ଥାପିବାର ସୁଯୋଗ ହତଛଡ଼ା କଲା। ଅନ୍ୟ ପକ୍ଷରେ ବେଙ୍ଗାଲୁରୁ ପ୍ରଥମାର୍ଧର ଯୁଗଳ ଗୋଲ୍‌ ବଳରେ ବିଜୟୀ ହୋଇ ପ୍ରଥମ ପରାଜୟର ପ୍ରତିଶୋଧ ନେଇଗଲା। ଉଭୟ ଦଳ ଚଳିତ ଆଇଏସଏଲର ପ୍ରଥମ ଲଢ଼େଇରେ ବେଙ୍ଗାଲୁରୁରେ ମୁହାଁ ମୁହିଁ ହୋଇଥିଲେ। ସେହି ମୁକାବିଲାକୁ ଜାମସେଦପୁର ୧-୦ରେ ଜିତି ନେଇଥିଲା। ବେଙ୍ଗାଲୁରୁ ରବିବାର ଜାମସେଦପୁରକୁ ତା’ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ହରାଇ ତା’ର ମଧୁର ପ୍ରତିଶୋଧ ନେଇଥିଲା। ବେଙ୍ଗାଲୁରୁ ଦଳଗତ ଭାବେ ଲଗାତାର ସପ୍ତମ ମ୍ୟାଚ୍‌ ପାଇଁ ଅପରାଜେୟ ରହିଲା। ସେପଟେ ଜାମସେଦପୁରର ଲଗାତାର ୪ ମ୍ୟାଚ୍‌ ବିଜୟ ଧାରା ଅଟକି ଯାଇଥିଲା। ଗୁରପ୍ରୀତ ସିଂହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲା। ସୁଭାଶିଷ ବୋଷ୍‌ ମ୍ୟାଚର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିଥିଲା। ସୁନୀଲ ଛେତ୍ରୀ ଶ୍ରେଷ୍ଠ ଗୋଲ୍‌ ସହ ଫିଟେଷ୍ଟ ଖେଳାଳି ଦେବାର ଗୌରବ ହାସଲ କରିଥିଲେ। ବେଙ୍ଗାଲୁରୁ ୧୭ ମ୍ୟାଚ୍‌ରୁ ଦ୍ୱାଦଶ ବିଜୟ ସହ ୩୭ ପଏଣ୍ଟକୁ ଉଠିଥିଲା। ଜାମସେଦପୁର ସେହି ୨୬ ପଏଣ୍ଟରେ ଅପରିବର୍ତିତ ରହିଥିଲା। ବେଙ୍ଗାଲୁରୁ ଜିତିଲା ଟସ୍‌ ରବିବାର ରାତିରେ ଉଭୟ ଦଳର ଖେଳାଳିିମାନେ କଳିଙ୍ଗ ଷ୍ଟାଡିୟମ୍‌ ପଶ୍ଚିମ ଗ୍ୟାଲେରି ତଳେ ତିଆରି ହୋଇଥିବା ଫୁଟ୍‌ବ୍‌ଲ ଆକୃତିର ଦ୍ୱାରରୁ ବାହାରି ପଡ଼ିଆ ଭିତରେ ପ୍ରବେଶ କରିଥିଲେ। ଜାତୀୟ ସଂଗୀତ ଗାନ ପରେ ଟସ୍‌ ହୋଇଥିଲା। ଏଥିରେ ବିଜୟୀ ହୋଇ ବେଙ୍ଗାଲୁରୁ ପ୍ରଥମେ ବଲ୍‌ ଗଡ଼ାଇବାର ଅଧିକାର ପାଇଥିଲା। ପ୍ରଥମାର୍ଧରେ ଏହି ଦଳ ବାମରୁ ଡାହାଣରେ ଖେଳିଥିଲା। ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀ ଦଳର ନେତୃତ୍ୱ ନେଇଥିଲେ। ଜାମସେଦପୁର ଲାଲ୍‌ ଜର୍ସିରେ ମ୍ୟାଚ୍‌କୁ ଓହ୍ଲାଇଥିଲା। ଅନ୍ୟ ପକ୍ଷରେ ବେଙ୍ଗାଲୁରୁ ଖେଳାଳିମାନେ ନିଜ ନିୟମିତ ନୀଳ ରଙ୍ଗର ପୋଷାକରେ ଖେଳିଥିଲେ।

ପ୍ରଥମାର୍ଧରେ ଯୁଗଳ

publive-imageମ୍ୟାଚ୍‌ର ପ୍ରଥମ ୮ ମିନିଟ୍‌ ଉଭୟ ଦଳ ପରସ୍ପରର ରଣନୀତି ଆକଳନ କରି କଟାଇଥିଲେ। ତେବେ ନବମ ମିନିଟରେ ବେଙ୍ଗାଲୁରୁ ଘରୋଇ ଜାମସେଦପୁରର ରକ୍ଷଣଭାଗକୁ ଚକ୍‌ମା ଦେଇ ପ୍ରଥମ ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲା। ଟୋନି ଡୋଭାଲେ ଦ୍ରୁତ ଗତିରେ ଡି ଅଞ୍ଚଳରେ ପ୍ରବେଶ କରି ଡାହାଣ ପଟୁ ଭେନେଜୁଏଲାରୁ ଆସିଥିବା ନିକୋଲାସ ଲାଡିସଲାଓ ଫେଡର ବା ମିକୁଙ୍କୁ ଏକ ସୁନ୍ଦର ପାସ୍‌ ଦେଇଥିଲେ। ୭ ନମ୍ବର ଜର୍ସି ପିନ୍ଧିଥିବା ମିକୁ ଏହାକୁ ଗୋଲ୍‌ ପୋଷ୍ଟ ଆଡ଼କୁ ମାରିଥିଲେ। ହେଲେ ଅଧିନାୟକ ସୁନୀଲ ଛେତ୍ରୀ ଠିକଣା ସମୟରେ ବଲ୍‌ର ଦିଗ ବଦଳାଇ ପାରି ନଥିଲେ। ଫଳରେ ବେଙ୍ଗାଲୁରୁର ଏହି ସୁଯୋଗ ବେକାର ଯାଇଥିଲା। ମିକୁ-ଛେତ୍ରୀ ଯୋଡ଼ି କିନ୍ତୁ ଜାମସେଦପୁର ଉପରେ ଚାପ ସୃଷ୍ଟି କରିବା ଜାରି ରଖିଥିଲେ। ଯାହାର ଫାଇଦା ୨୩ ମିନିଟ୍‌ରେ ମିଳିଥିଲା। ଜାମସେଦପୁର ଗୋଲ୍‌ ରକ୍ଷକ ସୁବ୍ରତ ପଲ୍‌ ମିକୁଙ୍କୁ ଡି ଅଞ୍ଚଳରେ ପ୍ରତିରୋଧ ହଳଦିଆ କାର୍ଡ ପାଇଥିଲେ। ଦୁଇ ମିନିଟ୍‌ ପରେ ଏହି ଦଳର ବ୍ରାଜିଲୀୟ େଓ୍ଵଲିଂଟନ୍‌ ପ୍ରାୟୋରି ମିକୁଙ୍କୁ ପୁନର୍ବାର ରୋକିବା ସହ ଆଉ ଏକ ହଳଦିଆ କାର୍ଡ ପାଇଥିଲେ। ତାଙ୍କର ସେହି ଭୁଲ ପାଇଁ ରେଫରି ବେଙ୍ଗାଲୁରୁକୁ ଏକ ପେନାଲ୍ଟି ମଧ୍ୟ ପ୍ରଦାନ କରିଥିଲେ। ଯାହାକୁ ସଫଳତାର ସହ ଗୋଲ୍‌ରେ ପରିଣତ କରି ମିକୁ ଗୋଲ୍‌ ଖାତା ଖୋଲି ଥିଲେ। ୧୧ ମିନିଟ୍‌ ପରେ ଛେତ୍ରୀ ଜାମସେଦପୁରର ମୁକୁଳା ପଡ଼ିଥିବା ଗୋଲ୍‌ ପୋଷ୍ଟ ଭିତରକୁ ହେଡର ଜରିଆରେ ବଲ୍‌ ପଠାଇ ବେଙ୍ଗାଲୁରୁକୁ ୨-୦ରେ ଆଗୁଆ କରି ଦେଇଥିଲେ। ବଳକା ୧୧ ମିନିଟ୍‌ ଖେଳରେ କେହି କାହାରିକୁ ଗୋଲ୍‌ ଦେଇ ନ ପାରିବା ପରେ ପ୍ରଥମାର୍ଧ ୨-୦ରେ ବେଙ୍ଗାଲୁରୁ ସପକ୍ଷରେ ଯାଇଥିଲା। ଗୋଲ୍‌ ଶୂନ୍ୟ ଦ୍ୱିତୀୟାର୍ଧ ବିରତି ପରେ ଜାମସେଦପୁର ତା’ ଖେଳର ସ୍ତର ତୁଳନାତ୍ମକ ଭାବେ ବଢ଼ାଇଥିଲା। ହେଲେ ବେଙ୍ଗାଲୁରୁ ରକ୍ଷଣ ଭାଗକୁ ଚକମା ଦେବାକୁ ସକ୍ଷମ ହୋଇ ନଥିଲା। ସଜାବ ବେଙ୍ଗାଲୁରୁ ଏହି ଦଳର ସବୁ ପ୍ରୟାସକୁ ନିଷ୍ଫଳ କରିଥିଲ। ସେହିଭଳି ନିଜେ ମଧ୍ୟ ଗୋଲ୍‌ କରି ପାରି ନଥିଲା। ଫଳରେ ଦ୍ୱିତୀୟାର୍ଧ ଗୋଲ୍‌ ଶୂନ୍ୟ ରହିଥିଲ ଏବଂ ପ୍ରଥମାର୍ଧର ଯୁଗଳ ଗୋଲ୍‌ ବଳରେ ବେଙ୍ଗାଲୁରୁ ବିଜୟୀ ହୋଇଥିଲା। ଦ୍ୱିତୀୟାର୍ଧରେ ଜାମସେଦପୁର ଘନ ଘନ ଖେଳାଳି ବଦଳାଇଥିଲା। ହେଲେ ଏହାର କୌଣସି ସୁଫଳ ମିଳି ନଥିଲା। ବରଂ ମେହତାବ ହୁସେନ ଲଗାତାର ଦୁଇଟି ହଳଦିଆ କାର୍ଡ ପାଇ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଦେଖିବାକୁ ଗଲେ ପ୍ରଥମାର୍ଧ ତୁଳନାରେ ଦ୍ୱିତୀୟାର୍ଧ ପୂରା ଫିକା ରହିଥିଲା।

ପୁନେକୁ ୪-୦ରେ ପିଟିଲା ଗୋଆ

publive-image
Photo by: Faheem Hussain / ISL / SPORTZPICS

ପୁନେ: ଆଇଏସ୍‌ଏଲ୍‌ରେ ରବିବାର ପ୍ରଥମ ମ୍ୟାଚ୍‌ରେ ପ୍ଲେ ଅଫ୍‌ ଦାବିଦାର ପୁନେକୁ ୪-୦ରେ ପିଟି ଗୋଆ ଏଫ୍‌ସି ନିଜ ସମ୍ଭାବନାକୁ ଉଜ୍ଜୀବିତ କରିଛି। ବଡ଼ ବ୍ୟବଧାନରେ ବିଜୟ ସହିତ ଗୋଆ ଷଷ୍ଠ ସ୍ଥାନକୁ ଲମ୍ଫ ମାରିଛି। ପୁନେ ୧୭ ମ୍ୟାଚ୍‌ରୁ ୨୯ ପଏଣ୍ଟ୍‌ ସହ ଦ୍ୱିତୀୟ ସ୍ଥାନରେ ଥିଲେ ମଧ୍ୟ ଏହି ମ୍ୟାଚ୍‌ ଜିତି ପାରିନଥିବାରୁ ନିଜର ଶେଷ ମ୍ୟାଚ୍‌ ପର୍ଯ୍ୟନ୍ତ ଝୁଲି ରହିଛି।
ପୁନେର ଶିବ ଛତ୍ରପତି ସ୍ପୋର୍ଟସ କମ୍ପ୍ଲେକ୍ସ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୨୮ ମିନିଟ୍‌ରେ ମାନୁଏଲ୍‌ ଲଞ୍ଜାରେଟ୍‌ଙ୍କ ପେନାଲ୍‌ଟି ଗୋଲ୍‌ ବଳରେ ଗୋଆ ଅଭିଯାନ ଆରମ୍ଭ କରିଥିଲା। ଦ୍ୱିତୀୟାର୍ଧ ପ୍ରାରମ୍ଭରେ ହୁଗୋ ବୌମସ୍‌ ଏହାକୁ ୨-୦ କରିଦେବା ପରେ ଫେରାନ୍‌ କୋରୋମିନାସଙ୍କ ଯୁଗଳ ଧମାକା (୫୮ ମିନିଟ୍‌ ଓ ୬୫ ମିନିଟ୍‌) ଗୋଆକୁ ବଡ଼ ବିଜୟ ପ୍ରଦାନ କରିଥିଲା। ୧୬ ମ୍ୟାଚ୍‌ରୁ ଦଳ ୨୪ ପଏଣ୍ଟ୍‌ ପାଇଥିବାରୁ ପରବର୍ତୀ ଦୁଇଟିରେ ଜିତିଲେ ପ୍ଲେ ଅଫ୍‌ ଯୋଗ୍ୟତା ଅର୍ଜନ କରିପାରିବ। ଅନ୍ୟପକ୍ଷରେ ଅପ୍ରତ୍ୟାଶିତ ପରାଜୟ ପରେ ପୁନେ ସିଟିକୁ ଦିଲ୍ଲୀ ଡାଇନାମସ୍‌ ଏଫ୍‌ସି ବିପକ୍ଷ ନିଜର ଶେଷ ଲିଗରେ ଅମୀମାଂସିତ ଖେଳିବାକୁ ପଡ଼ିବ। କିନ୍ତୁ ଦଳକୁ ଏହି ମ୍ୟାଚ୍‌ ଅଧିନାୟକ ମାର୍ସେଲିନୋଙ୍କ ବିନା ଖେଳିବାକୁ ପଡ଼ିବ। କାରଣ ସେ ରବିବାର ଲାଲ୍‌ କାର୍ଡ ପାଇଛନ୍ତି। ୮୦ ତମ ମିନିଟ୍‌ରେ ପୁନେ ଅଧିନାୟକଙ୍କୁ ଲାଲ୍‌ କାର୍ଡ ମିଳିବା ପରେ ଘରୋଇ ପ୍ରଶଂସକମାନେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe