ବିପ୍ଳବ ଲିଗ୍‌ର ଶ୍ରେଷ୍ଠ ଖେଳାଳି: କଟକ ପାନ୍ଥର୍ସ ଜିତିଲା ଓପିଟିଏଲ୍‌ ଟ୍ରଫି

କଟକ ପାନ୍ଥର୍ସ ଓଡ଼ିଶା ‌ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍‌) ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛି। ଫାଇନାଲ ମ୍ୟାଚ୍‌ରେ କଟକ ପାନ୍ଥର୍ସ ଡିଏଲ୍ଏସ୍‌ରେ ୫ ରନରେ ସମ୍ବଲପୁର ୱାରି୍ରର୍ସକୁ ପରାସ୍ତ କରିଛି।

daggddgad

କଟକ: କଟକ ପାନ୍ଥର୍ସ ଓଡ଼ିଶା ‌ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍‌) ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛି। ଫାଇନାଲ ମ୍ୟାଚ୍‌ରେ କଟକ ପାନ୍ଥର୍ସ ଡିଏଲ୍ଏସ୍‌ରେ ୫ ରନରେ ସମ୍ବଲପୁର ୱାରି୍ରର୍ସକୁ ପରାସ୍ତ କରିଛି। ଫାଇନାଲ୍‌ ମ୍ୟାଚରେ ବର୍ଷା ଓ ଓଦା ପଡ଼ିଆ କାରଣରୁ ଏହାକୁ ୧୦ ଓଭର ବିଶିଷ୍ଟ କରାଯାଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କଟକ ପାନ୍ଥର୍ସ ୮.୪ ଓଭରରେ ୫ ୱିକେଟ୍ ହରାଇ ୯୨ ରନ୍ କରିଥିଲା। ବର୍ଷା ହେବାରୁ ପୁଣି ଖେଳ ଅଧାରୁ ବନ୍ଦ ରହିଥିଲା। ଡିଏଲ୍‌ଏସ୍‌ ସଂଶୋଧିତ ଲକ୍ଷ୍ୟ ଭାବେ ସମ୍ବଲପୁର ୱାରିୟର୍ସ ପାଇଁ ୫ ଓଭରରେ ୬୨ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସମ୍ବଲପୁର ୱାରିୟର୍ସ ୫ ଓଭରରେ ୫ ୱିକେଟ୍ ହରାଇ ୫୬ ରନ୍ କରିଥିଲେ। ସମ୍ବଲପୁର ପକ୍ଷରୁ ଆଦିତ୍ୟ ରାଉତ ୩୬ ରନ୍ (୧୩ ବଲ) କରିଥିବା ବେଳେ କଟକ ପାନ୍ଥର୍ସ ପକ୍ଷରୁ ରାଜ ଯାଦବ ୩ ୱ‌ିକେଟ୍‌ ଓ ହର୍ଷିତ ରାଥୋଡ ୨ ୱିକେଟ୍ ଅକ୍ତିଆର କରିଥିଲେ। କଟକ ପାନ୍ଥର୍ସ ଖେଳାଳି ରାଜ ଯାଦବଙ୍କୁ ପ୍ଲେୟାର ଅପ୍ ଦି ମ୍ୟାଚ୍‌ ବିବେଚିତ କରାଯାଇଛି। 

ଉଦ୍‌ଯାପନୀ ସମାରୋହରେ ଅତିଥି ଭାବେ ଓଡ଼ିଶା ଫୁଟ୍‌ବଲ ଆସୋସିଏସନ୍ (ଫାଓ) ସଂପାଦକ ଆଶୀର୍ବାଦ ବେହେରା, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଯୁଗ୍ମ ସଂପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ପ୍ରମୁଖ ଯୋଗଦେଇ ଓପିଟିଏଲ୍‌ ବିଜେତା କଟକ ପାନ୍ଥର୍ସ ଦଳକୁ ୫୦ ଲକ୍ଷ ଟଙ୍କାର ଚେକ୍ ସହ ଚାମ୍ପିଅନ ଟ୍ରଫି ଓ ଉପବିଜେତା ସମ୍ବଲପୁର ୱାରିୟର୍ସକୁ ୨୫ ଲକ୍ଷର ଟଙ୍କାର ଚେକ୍ ସହ ରନର୍ସଅପ୍ ଟ୍ରଫି ପ୍ରଦାନ କରିଥିଲେ। ସମାରୋହରେ କଟକ ପାନ୍ଥର୍ସ ଖେଳାଳି ରାଜ ଯାଦବଙ୍କୁ ପ୍ଲେୟାର ଅପ୍ ଦି ମ୍ୟାଚ୍‌ ଟ୍ରଫି ସହ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସମ୍ବଲପୁର ୱାରିୟର୍ସର ଆଦିତ୍ୟ ରାଉତଙ୍କୁ ଏମର୍ଜିଂ ପ୍ଲେୟାର ଭାବେ ଟ୍ରଫି ସହ ୭୫ ହଜାର ଟଙ୍କା, କେନ୍ଦୁଝର ମାନର୍ସର ପପୁ ରାୟଙ୍କୁ ଶ୍ରେଷ୍ଠ ବୋଲର ୫୦ ହଜାର ଟଙ୍କା, ଭୁବନେଶ୍ବର ଟାଇଗର୍ସର ଗୌରବ ଚୌଧୁରୀଙ୍କୁ ଶ୍ରେଷ୍ଠ ବ୍ୟାଟର୍‌ ଭାବେ ୫୦ ହଜାର ଟଙ୍କା, କଟକ ପାନ୍ଥର୍ସର ବିପ୍ଳବ ସାମନ୍ତରାୟଙ୍କୁ ପ୍ଲେୟାର ଅପ୍ ଦି ଲିଗ୍ ଭାବେ ଟ୍ରଫି ସହ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ପୂର୍ବତନ ଆନ୍ତଃଜାତିକ ଖେଳାଳି ମନିନ୍ଦର ସିଂହ, ଚେତନ ଶର୍ମା, ନରେନ୍ଦ୍ର ହିରୱାନିଙ୍କୁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସଂପାଦକ ସଞ୍ଜୟ ‌ବେହେରା ସ୍ବତନ୍ତ୍ର ଭାବେ ସମ୍ମାନିତ କରିଥିଲେ। ସମସ୍ତ ଅମ୍ପାୟାର ଓ ମ୍ୟାଚ୍ ରେଫରିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe